www.samajalive.in
Monday, December 15, 2025
15.1 C
Bhubaneswar

୭୫ ବର୍ଷର ମିଳିତ ପ୍ରୟାସର ସାକ୍ଷୀ – ସଂସଦ ଭବନ

ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ସଂସଦ ଉପରେ ସାଧାରଣ ନାଗରିକଙ୍କ ବିଶ୍ୱାସ କ୍ରମାଗତ ଭାବେ ବୃଦ୍ଧି ପାଇଛି, ଯାହାକି ଗତ ୭୫ ବର୍ଷ ମଧ୍ୟରେ ସବୁଠାରୁ ବଡ ଉପଲବ୍ଧି। ସେ କହିଛନ୍ତି, ଗଣତନ୍ତ୍ରର ଉତ୍ଥାନ ଓ ପତନ ମଧ୍ୟରେ ସଂସଦ ଲୋକଙ୍କ ବିଶ୍ୱାସର କେନ୍ଦ୍ର ପାଲଟିଛି। ସଂସଦର ସ୍ୱତନ୍ତ୍ର ଅଧିବେଶନର ପ୍ରଥମ ଦିନରେ ସମ୍ବିଧାନ ସଭା ଠାରୁ ୭୫ ବର୍ଷର ସଂସଦୀୟ ଯାତ୍ରା – ଉପଲବ୍ଧି, ଅଭିଜ୍ଞତା ଓ ସ୍ମୃତି ଉପରେ ଆଲୋଚନା ଆରମ୍ଭ କରି ଶ୍ରୀ ମୋଦୀ କହିଛନ୍ତି ଯେ ଭାରତୀୟଙ୍କ ସଫଳତା ସବୁଆଡେ ଆଲୋଚନା ହେଉଛି ଏବଂ ଏହା ୭୫ ବର୍ଷର ମିଳିତ ପ୍ରୟାସର ଫଳାଫଳ।

ସ୍ୱାଧୀନତା ସଂଗ୍ରାମୀ ତଥା ମହାନ ନେତାଙ୍କ ଅବଦାନକୁ ସ୍ମରଣ କରି ଶ୍ରୀ ମୋଦୀ କହିଛନ୍ତି ଯେ ସେମାନେ ସେମାନଙ୍କ ନେତୃତ୍ୱରେ ଦେଶକୁ ଏକ ନୂତନ ଦିଗ ଦେଇଛନ୍ତି। ସେ କହିଛନ୍ତି ଯେ ସଂସଦ ହେଉଛି ସେହି ସ୍ଥାନ ଯେଉଁଠାରେ ଭଗତ ସିଂ ଏବଂ ବଟୁକେଶ୍ୱର ଦତ୍ତ ସେମାନଙ୍କ ସାହସିକତା ଏବଂ ବୀରତ୍ୱ ସହିତ ବ୍ରିଟିଶମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲେ। ସେ କହିଛନ୍ତି ଯେ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଷ୍ଟ୍ରୋକ ଅଫ୍ ମିଡନାଇଟ୍ ଭାଷଣର ପ୍ରତିଧ୍ୱନୀ ପ୍ରତ୍ୟେକ ନାଗରିକଙ୍କୁ ପ୍ରେରଣା ଯୋଗାଇବ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ଗୃହରେ ଲାଲ ବାହାଦୂର ଶାସ୍ତ୍ରୀ ୧୯୬୫ ଯୁଦ୍ଧ ସମୟରେ ଭାରତୀୟ ସୈନିକମାନଙ୍କୁ ଉତ୍ସାହିତ କରିଥିଲେ। ସେ ଅଟଳ ବିହାରୀ ବାଜପେୟୀଙ୍କ ପ୍ରସିଦ୍ଧ ଭାଷଣକୁ ମଧ୍ୟ ମନେ ପକାଇଥିଲେ ଯେଉଁଥିରେ ସେ କହିଥିଲେ ଯେ ସରକାର ଆସିବେ ଓ ଯିବେ, ଦଳ ଗଠନ ହେବ ଓ ଭାଙ୍ଗିବ କିନ୍ତୁ ଏହି ଦେଶ ଏବଂ ଏହାର ଗଣତନ୍ତ୍ର ବଞ୍ଚି ରହିବା ଆବଶ୍ୟକ। ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ, ଅବଦୁଲ କଲାମ, ରାମନାଥ କୋବିନ୍ଦ ଏବଂ ଦ୍ରୌପଦୀ ମୁର୍ମୁଙ୍କ ଅବଦାନକୁ ମନେ ପକାଇ ସେ କହିଛନ୍ତି ଯେ ସେମାନଙ୍କ ଏହିଭାଷଣ ଦ୍ୱାରା ଗୃହ ଉପକୃତ ହୋଇଛି। ସେ କହିଛନ୍ତି ଯେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ, ରାମ ମନୋହର ଲୋହିଆ, ଚନ୍ଦ୍ର ଶେଖର, ଲାଲକୃଷ୍ଣ ଆଡଭାନୀ ଏବଂ ଅନ୍ୟମାନେ ଗୃହରେ ଆଲୋଚନାକୁ ସମୃଦ୍ଧ କରି ସାଧାରଣ ନାଗରିକଙ୍କ ଆକାଂକ୍ଷାକୁ ସ୍ୱର ଦେଇଛନ୍ତି।

- Advertisement -

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦଶନ୍ଧି ଦଶନ୍ଧି ଧରି ଅନେକ ପ୍ରସଙ୍ଗରେ ଏହି ସଂସଦରେ ଅନେକ ଐତିହାସିକ ନିଷ୍ପତ୍ତି ନିଆଯାଇଛି। ସେ କହିଛନ୍ତି ଯେ ସଂସଦରେ ଧାରା ୩୭୦, ଦ୍ରବ୍ୟ ଏବଂ ସେବା କର, ୱାନ ରାଙ୍କ ୱାନ ପେନ୍‌ସନ୍‌ ଏବଂ ଗରିବଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ସହିତ ଅନେକ ନିଷ୍ପତ୍ତି ନିଆଯାଇଛି। ସେ କହିଛନ୍ତି ଯେ ଏହି ସଂସଦ ଗୃହର ୭୫ ବର୍ଷର ଇତିହାସରେ ଦେଶରେ ଏକ ନୂତନ ଭାରତ ନିର୍ମାଣ ସହ ଅଗଣିତ ଘଟଣା ଦେଖିବାକୁ ମିଳିଛି। ସେ କହିଛନ୍ତି ଯେ ଏହା ହେଉଛି ସେହି ସଂସଦ, ଯିଏକି ବାଂଲାଦେଶ ମୁକ୍ତି ଆନ୍ଦୋଳନ ଏବଂ ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ୱରେ ଏହାର ସମର୍ଥନ ଦେଖିଥିଲେ ଏବଂ ଏହା ହେଉଛି ସେହି ସଂସଦ, ଯାହା ଜରୁରୀକାଳୀନ ସମୟରେ ଗଣତନ୍ତ୍ର ଉପରେ ଆକ୍ରମଣ ମଧ୍ୟ ଦେଖିଥିଲା। ସେ କହିଛନ୍ତି ଯେ ସଂସଦରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଗଣତନ୍ତ୍ର ଉପରେ ଆକ୍ରମଣ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ସେହି ଘଟଣାକୁ କେବେବି ଭୁଲିପାରିବ ନାହିଁ। ସଂସଦର ସୁରକ୍ଷା ପାଇଁ ଯେଉଁମାନେ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି ସେ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories