ଛେଳିକୁ ଗୋଟା ଗିଳିଲା ଅଜଗର!

ନୀଳଗିରି: ପାହାଡ଼ ପାଦଦେଶରେ ଚରୁଥିବା ଏକ ଛେଳିକୁ ଅଜଗର ସାପଟି ଗୋଟା ଗିଳି ଦେଇଛି। ବାଲେଶ୍ୱର ଜିଲା, ଔପଦା ବ୍ଲକ ବାଉଁଶବଣିଆ ପଞ୍ଚାୟତ ଅଧୀନ ଢ଼ୋଲପୁର ଗାଁର ରମାକାନ୍ତ ସିଂ ଘର ପାର୍ଶ୍ବସ୍ଥ ଦେବଗିରି ପାହାଡ଼ ପାଶ୍ୱର୍କୁ ଛେଳି ଚରାଇବାକୁ ଯାଇଥିଲେ। ହଠାତ ଲତା ଭିତରୁ ଏକ ୧୦ଫୁଟିଆ ଅଜଗର ବାହାରି ରମାକାନ୍ତଙ୍କ ଛେଳିକୁ ଗୋଟା ଗିଳି ଯାଇଥିଲା। ଛେଳି ମାଲିକ ଓ ପାଖଲୋକେ ଯେତେ ଚେଷ୍ଟା କରିଥିଲେ ମଧ୍ୟ ସାପ ପେଟରୁ ଛେଳିକୁ ଅକ୍ଷତ ଉଦ୍ଧାର କରିପାରି ନଥିଲେ । ଛେଳିଟିର ଓଜନ ୧୨କିଲୋ ହେବ ବୋଲି ସୂଚନା ମିଳିଛି । ଛେଳିକୁ ଗିଳି ସାରିବା ପରେ ଏହି ଅଜଗର ଏକ ଛୋଟ ନଈ ଭିତରକୁ ପଶି ଯାଇଥିଲା। ଖବରପାଇ ନୀଳଗିରିସ୍ଥିତ କୁଲଡିହା ବନକର୍ମଚାରୀମାନେ ସେଠାରେ ପହଞ୍ଚି ଅଜଗରକୁ ଉଦ୍ଧାର କରିବା ପରେ ଜଙ୍ଗଲରେ ଛାଡ଼ି ଦେଇଥିଲେ। ବନବିଭାଗ ପକ୍ଷରୁ ଛେଳି ମାଲିକଙ୍କୁ କ୍ଷତିପୂରଣ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Comments are closed.