www.samajalive.in
Monday, December 15, 2025
17.1 C
Bhubaneswar

କେରଳ : ନିପା ଭାଇରସ ସଂକ୍ରମଣ, ବଢିବାରେ ଲାଗିଛି ମୃତ୍ୟୁ ସଂଖ୍ୟା

କେରଳ : କେରଳ ନିପା ଭାଇରସର ସଂକ୍ରମଣ ବ୍ୟାପିବାରେ ଲାଗିଛି । ଯାହା ଏବେ ସରକାର ଓ ସାଧାରଣ ଲୋକଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । କେରଳର କୋଝିକୋଡର ଏକ ହସ୍ପିଟାଲରେ ଆଉ ଜଣେ ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ନେଇ କେରଳ ସ୍ୱାସ୍ଥ୍ୟା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ମୃତକଙ୍କ ବୟସ ୩୯ ବର୍ଷ । ଏହାକୁ ମିଶାଇ ଏ ପର୍ଯ୍ୟନ୍ତ କେରଳ ନିପା ଭାଇରସର ସଂକ୍ରମଣରେ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ପାଇଛି।ଏବେ ରାଜ୍ୟ ସରକାରଙ୍କ ପକ୍ଷରୁ କେରଳରେ ସତର୍କତା ବୃଦ୍ଧି କରାଯାଇଛି।
କୋଝିକୋଡ ଜିଲ୍ଲା ପ୍ରଶାସନ ପକ୍ଷରୁ ଶିକ୍ଷାନୁଷ୍ଠାନ ଓ କୋଚିଂ ସେଣ୍ଟରରକୁ ୧୬ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି । ତେବେ ବିଶ୍ୱବିଦ୍ୟାଳୟ ଗୁଡିକରେ ଚାଲୁଥିବା ପରୀକ୍ଷାରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ନିପା ସଂକ୍ରମିତଙ୍କ ଚିକିତ୍ସା ପାଇଁ ଉପଲବ୍ଧ ଏକମାତ୍ର ଔଷଧ ମେନୋକ୍ଲୋନଲ ଆଣ୍ଟିବଡିକୁ ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ପକ୍ଷରୁ ରାଜ୍ୟକୁ ପ୍ରଦାନ କରାଯାଇଛି । କୋଝିକୋଡରେ ନିପାରେ ୪ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ଜଣେ ୯ ବର୍ଷୀୟ ପିଲା ମଧ୍ୟ ସଂକ୍ରମିତ ହୋଇଛି । ଯାହାର ସ୍ଥିତି ଗମ୍ଭୀର ରହିଛି । କୋଝିକୋଡରେ ନିପାରେ ସଂକ୍ରମିତ ହୋଇଥିବା ଆଉ ୬ଜଣ ଚିହ୍ନଟ ହୋଇଛନ୍ତି ।
କେରଳରେ ସଂକ୍ରମଣ ବଢିବା ପରେ ସରକାରଙ୍କ ପକ୍ଷରୁ ଏକ ମାର୍ଗଦର୍ଶୀକା ଜାରି କରାଯାଇଛି । ପ୍ରଭାବିତ ଅଞ୍ଚଳକୁ ଅନାବଶ୍ୟକ ଯାତ୍ରାରୁ ଦୂରେଇ ରହିବାକୁ କୁହାଯାଇଛି । ସେହିପରି ସୀମାନ୍ତବର୍ତ୍ତୀ ଜିଲ୍ଲା କୋଡାଗୁ, ଦକ୍ଷିଣ କନ୍ନଡ, ଚାମରାଜନଗର ଓ ମୌସୁରରେ ବ୍ୟାରିକେଡ ଲଗାଯାଇଛି ।

ପଡୋଶୀ ତାମିଲନାଡୁ ଏବଂ କର୍ଣ୍ଣାଟକ ସରକାର ନିପା ସଂକ୍ରମଣ ପରେ କେରଳରୁ ସେହି ରାଜ୍ୟକୁ ପ୍ରବେଶ କରୁଥିବା ଯାତ୍ରୀ ଏବଂ ଯାତ୍ରୀଙ୍କ ଗାଡି ଉପରେ ସଜାଗ ଦୃଷ୍ଟି ରଖିଛନ୍ତି। ଯାତ୍ରୀମାନଙ୍କୁ ପ୍ରବେଶ ଅନୁମତି ପୂର୍ବରୁ ସୀମାନ୍ତରେ ଯାଞ୍ଚ ପଏଣ୍ଟରେ ଇନଫ୍ରା ରେଡ୍ ଥର୍ମୋମିଟର ବ୍ୟବହାର କରି  ଯାଞ୍ଚ କରାଯାଉଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories