www.samajalive.in
Sunday, December 14, 2025
23.1 C
Bhubaneswar

୫-ଟି ସ୍କୁଲରେ ତାଲା ପକାଇଲେ ଠିକାଦାର; ନିର୍ମାଣ ଦେୟ ମିଳିନଥିବା ଅଭିଯୋଗ

ଫୁଲବାଣୀ: ବାକିରେ ୫-ଟି ସ୍କୁଲ ନିର୍ମାଣ କରି ବାଃ ବାଃ ନେବା ବ୍ଲକ ପ୍ରଶାସନ ପାଇଁ ମହଙ୍ଗା ପଡ଼ିଛି। ସ୍କୁଲ ନିର୍ମାଣ ଦେୟ ବାକି ଥିବାରୁ ୫-ଟି ସ୍କୁଲରେ ତାଲା ପକାଇଦେଇଛନ୍ତି ଦୁଇ ଜଣ ପେଟି ଠିକାଦାର। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ବ୍ଲକ ଅନ୍ତର୍ଗତ ବିଶିପଡ଼ା ଶ୍ରୀଦେବୀ ଉଚ୍ଚ ବିଦ୍ୟାଳୟରେ। ସ୍କୁଲ ୫-ଟି ରୂପାନ୍ତରଣ ହେବାର ବର୍ଷେରୁ ଊର୍ଦ୍ଧ୍ବ ସମୟ ବିତିଯାଇଥିଲେ ସୁଦ୍ଧା ଦୁଇ ପେଟି ଠିକାଦାର ଭଗବାନ ସାହୁ ଓ ଗୋପବନ୍ଧୁ ସାହାଣୀ(ଉଭୟ ବିଶିପଡ଼ାର)ଙ୍କୁ ୩୫ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ମିଳିନଥିବା ଅଭିଯୋଗରେ ଶୁକ୍ରବାର ଦୁଇ ଠିକାଦାର ଗ୍ରାମବାସୀଙ୍କ ସହାୟତାରେ ସ୍କୁଲରେ ତାଲା ପକାଇ ଦେଇଥିଲେ। ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଛାତ୍ରଛାତ୍ରୀମାନଙ୍କୁ ବାହାର କରି ଦୁଇ ଠିକାଦାର ସ୍କୁଲର ମୁଖ୍ୟ ଫାଟକରେ ତାଲା ପକାଇ ଦେଇଥିଲେ। ଫଳରେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଛାତ୍ରଛାତ୍ରୀ ସ୍କୁଲ ବାହାରେ ରହି ହଟାହଟା ହୋଇଥିଲେ। ଦୀର୍ଘ ୨ ଘଣ୍ଟା ପରେ ସ୍କୁଲରେ ଫୁଲବାଣୀ ବ୍ଲକର ଅତିରିକ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ ସନ୍ତୋଷ କୁମାର ଦିଗାଲ ପହଞ୍ଚି ଦୁଇ ଠିକାଦାରଙ୍କ ବକେୟା ନିର୍ମାଣ ଟଙ୍କା ୧୦ ଦିନ ମଧ୍ୟରେ ଦିଆଯିବ ବୋଲି ପ୍ରତିଶୃତି ଦେବା ପରେ ସ୍କୁଲର ତାଲା ଖୋଲିଥିଲେ ଦୁଇ ଠିକାଦାର। ତେବେ ତୁରନ୍ତ ଠିକାଦାରମାନଙ୍କର ଟଙ୍କା ଦେଇଦେବାକୁ ଅଞ୍ଚଳବାସୀ ମଧ୍ୟ ଦାବୀ କରିଛନ୍ତି।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories