www.samajalive.in
Sunday, December 14, 2025
23.1 C
Bhubaneswar

ରାଜ୍ୟ ଶ୍ରମ ସଂସ୍ଥାନରେ ସୁରକ୍ଷା କର୍ମଶାଳାରେ ଯୋଗଦେଲେ ୧୫୦ ଜଣ ପ୍ରତିନିଧି

ଭୁବନେଶ୍ୱର: କାରଖାନା ମାନଙ୍କରେ ଅତ୍ୟନ୍ତ ବିପଦସଙ୍କୁଳ ଏବଂ ସମ୍ଭାବ୍ୟ ଦୁର୍ଘଟଣା ଘଟାଉଥିବା ଥିବା ହୋଷ୍ଟ ଲିଫ୍ଟ ରୋପ ଲିଫ୍ଟିଂ ମେସିନ ଚେନ ଲିଫ୍ଟିଂ ଟାକେଲ୍ସ ପ୍ରେସର୍‌ ପ୍ଳାଣ୍ଟ ବିପଦପୂର୍ଣ୍ଣ ଫ୍ୟୁମ ଏବଂ ଗ୍ୟାସ ଟାଙ୍କି ଓ ପାଇପ ଇତ୍ୟାଦି ଯନ୍ତ୍ରପାତି ଏବଂ ଯନ୍ତ୍ରାଶକୁ ନିର୍ଦ୍ଧାରିତ ମାପକ ଆଧାରରେ ପରୀକ୍ଷାନିରୀକ୍ଷା କରି ଚାଳନ ସାମର୍ଥ୍ୟକୁ ଉପଯୁକ୍ତ ଭାବେ ପ୍ରମାଣିତ କରୁଥିବା କାରଖାନା ଅଧିନିୟମରେ ତୃତୀୟପକ୍ଷ ସ୍ୱୀକୃତିପ୍ରାପ୍ତ ଦକ୍ଷ ବ୍ୟକ୍ତଙ୍କୁ ଅଧିକ ପାରଦର୍ଶୀ ହେବା ସହ ଦାୟିତ୍ୱବୋଧ ଏବଂ କର୍ତ୍ତବ୍ୟ ପରାୟଣତା ଉପରେ ସଚେତନ ହେବା ପାଇଁ ତା ୧୧.୦୯.୨୦୨୩ ରିଖ ଠାରୁ ୧୩.୦୯.୨୦୨୩ ରିଖ ପର୍ଯ୍ୟନ୍ତ ତିନିଦିନିଆ କର୍ମଶାଳା ରାଜ୍ୟ ଶ୍ରମ ସଂସ୍ଥାନରେ ଅନୁଷ୍ଠିତ ହୋଇଥିଲା। ଏହି କର୍ମଶାଳାରେ ୧୫୦ ଜଣ ପ୍ରତିନିଧି ଯୋଗ ଦେଇଥିବା ସମୟରେ ଭର୍ଚୁଆଲ ମୋଡରେ ପ୍ରତିଦିନ ଶତାଧିକ ଶିଳ୍ପ ପ୍ରତିନିଧି ଯୋଗ ଦେଇଥିଲେ।
ସେହିପରି ଉଚ୍ଚଚାପ ଏବଂ ତାପଯୁକ୍ତ ବିପଦପୂର୍ଣ୍ଣ ବାଷ୍ପୀତ୍ର ଏବଂ ତାହାର ଯନ୍ତ୍ରାଶ ସମୂହର ନିର୍ମାଣ ସ୍ଥାପନା ଏବଂ ମରାମତିରେ ସୁରକ୍ଷାକୁ ସୁନିଶ୍ଚିତ କରିବା ନିମନ୍ତେ ବାଷ୍ପୀୟ ଅଧିନିୟମ ଆଧାରରେ ସ୍ୱୀକୃତିପ୍ରାପ୍ତ ନିର୍ମାଣକାରୀ, ସ୍ଥାପନାକାରୀ ଏବଂ ମରାମତିକାରୀ ସଂସ୍ଥାମାନଙ୍କର ମାଲିକ ଏବଂ ଯନ୍ତ୍ରୀମାନଙ୍କୁ ବେଆଇନ କାର୍ଯ୍ୟରୁ ନିବୃତ୍ତ ରହିବା ସହିତ ପ୍ରଚଳିତ ବ୍ୟବସ୍ଥିତ ଆଇନ ଆଧାରରେ ଅନୁସୃତ ଗକ୍ସP ଅନୁସରଣରେ ନିରାପଦରେ କାର୍ଯ୍ୟ ସମ୍ପାଦନ କରିବା ଦ୍ୱାରା କିପରି ଅମୂଲ୍ୟ ଧନଜୀବନ ରକ୍ଷା ହୋଇପାରିବ ତା’ଉପରେ ଦୁଇଦିନିଆ କର୍ମଶାଳା ତା ୧୪.୦୯.୨୦୨୩ ଏବଂ ୧୫.୦୯.୨୦୨୩ ରିଖ ଦିନ ଅନୁଷ୍ଠିତ ହୋଇଯାଇଅଛି। ଏହି କର୍ମଶାଳାର ଦୁଇ ଦିନରେ ୧୦୦ ଜଣ ପ୍ରତିନିଧି ଯୋଗଦେଇଥିଲେ ଏବଂ ଭର୍ଚୁଆଲ ମୋଡରେ ଶତାଧିକ ବିଭିନ୍ନ ବର୍ଗର ପ୍ରତିନିଧି ଅଂଶ ଗ୍ରହଣ କରିଥିଲେ।

ପ୍ରତି କର୍ମଶାଳାକୁ ଶ୍ରମ ବିଭାଗ କମିଶନର ତଥା ଶାସନ ସଚିବ ଏବଂ ସଂସ୍ଥାନ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଆର.ସନ୍ଥଗୋପାଳନ ଉଦଘାଟନ କରି ସୁରକ୍ଷା ପ୍ରତି ସରକାରଙ୍କ ସମ୍ବେଦନଶୀଳ ଆଭିମୁଖ୍ୟ ସ୍ପଷ୍ଟ କରିବା ସହିତ ଅନଲାଇନରେ ତ୍ୱରିତ ସେବା ଯୋଗାଇ ଦିଆ ଯାଉଥିବା କଥା ପ୍ରକାଶ କରିଥିଲେ।
କାରଖାନା ଏବଂ ବାଷ୍ପୀୟ ନିର୍ଦ୍ଦେଶକ ଡଃ ଏନ୍‌. ତିରୁମାଳା ନାୟକ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉଦବୋଧନ ଦେଇ କାର୍ଯ୍ୟ ସମ୍ପାଦନରେ ତୃତୀୟ ପକ୍ଷ ଷ୍ଟେକହୋଲ୍ଡରମାନଙ୍କ ଗୁଣାତ୍ମକ ମାନ ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଥିଲେ। ତୃତୀୟ ପକ୍ଷଙ୍କୁ ପ୍ରଥମେ ଏପରି ଏକ ପ୍ଲାଟଫର୍ମକୁ ଅଣାଯାଇଅଛି ଏବଂ ରାଜ୍ୟରେ ସୁରକ୍ଷିତ ଶିଳ୍ପ ବାତାବରଣ ସୃଷ୍ଟିହେବା ପାଇଁ ଏହିପରି କାର୍ଯ୍ୟକ୍ରମ କ୍ରମାଗତ ଚାଲିବ।
ସଂସ୍ଥାନର ନିର୍ଦେଶକ ନୀତି ରଞ୍ଜନ ସେନ୍‌ ଏବଂ ଉପ ମୁଖ୍ୟ କାରଖାନା ଏବଂ ବାଷ୍ପୀୟ ନିର୍ଦ୍ଦେଶକ ଡଃ ମଳୟ କୁମାର ପ୍ରଧାନ ମଧ୍ୟ ଉତ୍ସବରେ ଉଦବୋଧନ ଦେଇଥିଲେ।
କର୍ମଶାଳାର ଆସନ୍ତାକାଲି ୧୬.୦୯ ୨୦୨୩ ରିଖରେ ଅନ୍ତିମ ଦିବସରେ ସାଧାରଣ ଜୀବନରେ ଅଗ୍ନି ସୁରକ୍ଷା ପରି ଅପରିହାର୍ଯ୍ୟ ଏକ ଉପାଦେୟ ବିଷୟ ଉପରେ ତାଲିମ ଶିବିର ଅନୁଷ୍ଠିତ ହେବାକୁ ଯାଉଛି।

Hot this week

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

Related Articles

Popular Categories