www.samajalive.in
Sunday, December 14, 2025
26.1 C
Bhubaneswar

ଆସୁଛି ଏହି ଦମଦାର ଇଲେକ୍ଟ୍ରିକ୍‌ କାର୍‌ – ଦାମ୍ ମାତ୍ର

ନୂଆଦିଲ୍ଲୀ – ସାରା ଦେଶରେ ଏବେ ଇଲେକ୍ଟ୍ରିକ୍‌ ଗାଡିର ଚାହିଦା ବୃଦ୍ଧି ପାଇଛି । ଦେଶରେ ଦୁଇ ଚକିଆ ଇଲେକ୍ଟ୍ରିକ୍‌ ଯାନର ବିକ୍ରି ବେଶ୍‌ ବଢିଛି । ଏବେ ବିଭିନ୍ନ ଅଟୋମୋବାଇଲ୍‌ କମ୍ପାନୀ ଇଲେକ୍ଟ୍ରିକ୍‌ କାର ନିର୍ମାଣ କରୁଛନ୍ତି । ମାତ୍ର ଏହାର ଦାମ୍‌ ସାମାନ୍ୟ ଅଧିକ ହୋଇଥିବାରୁ ବିକ୍ରି ଆଶାନୁରୂପ ହୋଇପାରୁ ନାହିଁ ।

ଟାଟା ପକ୍ଷରୁ ନେକ୍ସନ ଏବଂ ଟିୟାଗୋକୁ ଇଲେକ୍ଟ୍ରିକ୍‌ ପ୍ରକରଣରେ ବଜାର ପ୍ରବେଶ କରାଯାଇଛି । ଏବେ ଟାଟା ନେକ୍ସନ ପକଷରୁ ଏକ ଦମଦାର ଇଲେକ୍ଟ୍ରକ୍‌ କାର ବଜାର ପ୍ରବେଶ କରିବା ପାଇଁ ଯାଉଅଛି । ଟାଟା ନେକ୍ସନ ଇଭି ସେପ୍ଟେମ୍ବର ମାସରେ ବଜାର ପ୍ରବେଶ କରିବ । ଏହା ଦେଖିବା ପାଇଁ ବେଶ୍‌ ଦମଦାର ହୋଇଥିବା ବେଳେ ଏଥିଲେ ଅନେକ ଅତ୍ୟାଧୁନିକ ଟେକ୍ନୋଲଜି ବ୍ୟବହାର କରାଯାଇଛି ।

- Advertisement -

ଏଥିରେ ଫୁଲ୍‌ ଲାଇଟ୍‌ ବାର୍‌ ସହ ସୁନ୍ଦର ଟେଲ୍ ଲାଇଟ୍‌ ରହିଛି । ଭିଚରେ ଟଚ୍‌ ବେସ୍‌ଡ ବଟନ୍‌ ଏବଂ ଡାସ୍‌ବୋର୍ଡ ରହିଛି । ଭିତରେ ଇଲୋକ୍ଟ୍ରୋନିକ୍‌ ଡିସ୍‌ପ୍ଲେ ରହିଛି ।୧୨.୩ ଇଞ୍ଚ୍‌ର ଟଚ୍‌ ସ୍କ୍ରିନ୍ ଆଣ୍ଡ୍ରଏଡ୍‌ ଅଟୋ ଏବଂ ଆପଲ୍‌ କାର୍‌ ପ୍ଲେକୁ ସପୋର୍ଟ କରୁଛି । ଏଥିରେ ଭଏସ୍‌ କମାଣ୍ଡ, ଇଭି ଆପ୍‌, ଅଟୋମେଟିକ୍‌ କ୍ଲାଇମେଟ୍‌ କଣ୍ଟ୍ରୋଲ , ୩୬୦ ଡିଗ୍ରୀ କ୍ୟାମେରା , ଏୟାର ପ୍ୟୁରିଫାୟର ଓ୍ୱାୟରଲେସ୍‌ ଫୋନ୍‌ ଚାର୍ଜ ସହ ଅନ୍ୟ ଅତ୍ୟାଧୁନିକ ବ୍ୟବସ୍ଥା ରହିଛି ।

ଥରେ ଚାର୍ଜ କଲେ ଏହା ସର୍ବାଧିକ ୪୬୫ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିପାରିବ । ଏହା ପ୍ରାୟ ୧୪.୭୪ ଲକ୍ଷ ଟଙ୍କାରେ ବଜାରରେ ଉପଲବ୍ଧ ହେବ ।

ସାବଧାନ, ଏହି ନମ୍ବରରୁ କଲ୍‌ ଆସିଲେ ଉଠାନ୍ତୁନାହିଁ- କରିଦେବ ଆପଣଙ୍କ ଆକାଉଣ୍ଟ ଖାଲି

Hot this week

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

Related Articles

Popular Categories