www.samajalive.in
Sunday, December 14, 2025
23.1 C
Bhubaneswar

ଦୁଇ ଦିନିଆ କଳାକାର ପ୍ରଶିକ୍ଷଣ ଶିବିର ଉଦଯାପିତ

ତିଗିରିଆ : ତିଗିରିଆ ବ୍ଲକ କଳା ସଂସ୍କୃତି ସଂଘ ପକ୍ଷରୁ ସୂଚନା ଲୋକ ସଂପର୍କ ଏବଂ ଓଡ଼ିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସହଯୋଗରେ ବ୍ଳକ କାର୍ଯ୍ୟାଳୟ ପରିସରରେ ଚାଲିଥିବା ୨ ଦିନିଆ ପ୍ରଶିକ୍ଷଣ ଶିବିର ଶୁକ୍ରବାର ଉଦଯାପିତ ହୋଇଯାଇଛି। ଏହି ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇଥିବା ବିଭିନ୍ନ ଲୋକକଳାର କଳାକାରମାନଙ୍କୁ ସରକାରଙ୍କର ଜନମଙ୍ଗଳ ଓ ବିକାଶମୂଳକ ଯୋଜନା କିପରି ଲୋକଙ୍କ ନିକଟରେ ନିଜର କଳା ପ୍ରଦର୍ଶନ ମାଧ୍ୟମରେ ପହଞ୍ଚାଇବେ ଓ ସଚେତନ କରିବେ ସେ ସଂପର୍କରେ ପ୍ରଶିକ୍ଷଣ ଦିଆଯାଇଥିଲା। ଅଞ୍ଚଳରେ ପ୍ରଚଳିତ ଲୋକକଳା ଯଥା ସଂକୀର୍ତ୍ତନ, ପାଲା, ଭାଗବତ, ଦାସକାଠିଆ, ଲଉଡିଖେଳ, ଘୁଡୁକି ନାଚ, ଘୋଡାନାଚ, ଖଞ୍ଜଣି ବାଦ୍ୟ ଆଦି ୨୩୪ଟି ଗୋଷ୍ଠୀର କଳାକାରଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା। ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ସେହି ବିଭାଗରେ କାର୍ୟକାରୀ ହେଉଥିବା ବିଭିନ୍ନ କଲ୍ୟାଣମୂଳକ ଯୋଜନା ସଂପର୍କରେ କଳାକାରଙ୍କୁ ବିସ୍ତୃତ ଭାବେ ଅବଗତ କରାଇଥିଲେ। ଉଦଯାପନୀ ଦିବସରେ ବ୍ଲକ କଳା ସଂସ୍କୃତି ସଂଘର ସଭାପତି ତଥା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଣବ କୁମାର ବେହେରା ଅଧ୍ୟକ୍ଷତା କରି ଓଡିଶାର କଳା, ସଂସ୍କୃତି ଓ ପରମ୍ପରା ଅତି ମହାନ ଏବଂ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରଚଳିତ ଲୋକକଳାକୁ ବଞ୍ଚାଇ ରଖିବା ଓ କଳାକାରଙ୍କ ଜୀବନଜୀବିକା ପ୍ରତି ଦୃଷ୍ଟି ଦେବା ଆମ ସମସ୍ତଙ୍କର କର୍ତ୍ତବ୍ୟ ବୋଲି ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ତଥା ବିଚାରକ ଭାବେ ତିଗିରିଆ ଆଠଗଡ଼ ଭାଗବତ ମହାମଣ୍ଡଳ ସଭାପତି ଅଜୟ କୁମାର ଦାସ ଓ ସୁନାମଧନ୍ୟ କଣ୍ଠଶିଳ୍ପୀ ପୂର୍ଣ୍ଣଚନ୍ଦ୍ର ଦାସ ଯୋଗ ଦେଇଥିଲେ।
ଶିବିର ପରିଚାଳନା ଓ ସଂଯୋଜନାରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଅଶୋକ କୁମାର ନନ୍ଦ, ଅତିରିକ୍ତ ବିଡ଼ିଓ ଯଜ୍ଞାସେନୀ ଗୋଚ୍ଛାୟତ, ବ୍ଲକ କଳା ଓ ସଂଘର ଉପସଭାପତି ହେମଲତା ଦେଇ, ସମ୍ପାଦକ ତଥା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଗଙ୍ଗାଧର ବେହେରା ପ୍ରମୁଖ ସହଯୋଗ କରିଥିଲେ।

Hot this week

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

Related Articles

Popular Categories