www.samajalive.in
Sunday, December 7, 2025
14.1 C
Bhubaneswar

ବ୍ୟାଙ୍କ ବ୍ୟବସାୟିକ ପ୍ରତିନିଧିଙ୍କ ସିଏସପି ପ୍ଲସକୁ ବିରୋଧ

ହରଭଙ୍ଗା :ହରଭଙ୍ଗା ବ୍ଲକର ବିଭିନ୍ନ ପଂଚାୟତରେ ଦୀର୍ଘ ୧୦ବର୍ଷ ହେଲା ବ୍ୟାଙ୍କ ବ୍ୟବସାୟିକ ପ୍ରତିନିଧିମାନେ(ବିସି )ସରକାରଙ୍କ ବିଭିନ୍ନ ବ୍ୟାଙ୍କିଙ୍କ ସେବା ଯୋଗାଇ ଆସୁଛନ୍ତି। ଏପରିକି କରୋନା ମହାମାରୀ ସମୟରେ ସେମାନେ ଜୀବନକୁ ବାଜି ଲଗାଇ ସ୍ୱଳ୍ପ ପାଉଣାରେ ସରକାରଙ୍କ ବିଭିନ୍ନ ଜନହିତକର ବ୍ୟାଙ୍କ ସେବା ଯୋଗାଇ ଆସୁଛନ୍ତି। ମାତ୍ର ଏଭଳି ପରିସ୍ଥିତିରେ ବ୍ଲକପ୍ରଶାସନ ପଂଚାୟତ ମାନଙ୍କ ସହିତ ଆଲୋଚନା ନକରି ପ୍ରତି ପଂଚାୟତରେ ସିଏସପି ପ୍ଲସ ନିଯୁକ୍ତି ପାଇଁ ମସୁଧା ଚଳେଇଛନ୍ତି । ଏ ସମ୍ପର୍କରେ ସେମାନେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳଙ୍କୁ ଭେଟି ନିଜର ଅସୁବିଧାକୁ ଲିଖିତଭାବେ ଜଣାଇବା ସହିତ ଯେଉଁଠି ବ୍ୟାଙ୍କ ପ୍ରତିନିଧି ଖାଲି ରହିଛି ସେହି ସ୍ଥାନରେ ସିଏସପି ପ୍ଲସ ଦେବାକୁ ଅନୁରୋଧ କରିଛନ୍ତି। ନଚେତ ଆଗାମୀ ଦିନରେ ସମସ୍ତେ ବ୍ଲକ ସମ୍ମୁଖରେ ଧାରଣା ଦେବାକୁ ରାଜକୁମାର ବାଙ୍କ, ମନୋଜ କୁମାର ଡାଙ୍ଗ, ଆଲୋକ ପ୍ରଧାନ, ଶେଖ ସାଜିତ ପ୍ରମୁଖ ଚେତାବନୀ ଦେଇଛନ୍ତି । ଏ ଦିଗରେ ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବୀ ହେଉଛି।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories