www.samajalive.in
Sunday, December 14, 2025
19.1 C
Bhubaneswar

ପ୍ରଥମ ରିସେପ୍ସନ ପାର୍ଟିରେ ଦୀପ-ବୀରଙ୍କ ନିଆରା ଲୁକ୍

ନବଦମ୍ପତ୍ତି ଦୀପିକା ପାଦୁକୋନ୍ ଏବଂ ରଣବୀର୍ ସିଂହଙ୍କ ରିସେପ୍ସନ ପାର୍ଟି ଗତକାଲି ବେଙ୍ଗାଲୁରରେ ଅନୁଷ୍ଠିତ ହୋଇଯାଇଛି । ଦୀପିକାଙ୍କ ପରିବାର ପକ୍ଷରୁ ଷ୍ଟାର ହୋଟେଲ ଲୀଲା ପ୍ୟାଲେସରେ ଏକ ରିସେପ୍ସନ ପାର୍ଟି ଆୟୋଜନ କରାଯାଇଥିଲା । ଏହି ପାର୍ଟିରେ ବଲିଉଡ କଳାକାରମାନଙ୍କୁ ଦେଖିବାକୁ ମିଳିନଥିବା ବେଳେ କେତେକ କ୍ରିକେଟ ଷ୍ଟାର ଏବଂ ଖେଳ ଜଗତର ଅନେକ ନାମୀଦାମୀ ଖେଳାଳୀଙ୍କୁ ଏଥିରେ ଦେଖିବାକୁ ମିଳିଥିଲା ।

ପ୍ରଥମ ରିସେପ୍ସନ ପାର୍ଟିରେ ଉଭୟ ନିଆରା ଲୁକରେ ନଜର ଆସିଥିଲେ । ରଣବୀର୍ କଳା ରଙ୍ଗର ଡିଜାଇନ୍ ଶେରୱାନୀ ପିନ୍ଧିଥିବା ବେଳେ ସୁନେଲୀ ରଙ୍ଗର ଶାଢୀ, ମଥାରେ ସିନ୍ଦୁର ଓ ଗଜରାରେ ଖୁବ୍ ସୁନ୍ଦର ନଜର ଆସିଥିଲେ ଦୀପିକା ।

- Advertisement -

ପ୍ରଥମ ରିସେପ୍ସନ ପରେ ଏବେ ଅନ୍ୟ ଦୁଇଟି ରିସେପ୍ସନକୁ ନେଇ ଉଭୟ ବ୍ୟସ୍ତ ଅଛନ୍ତି । ମୁମ୍ବାଇରେ ଆସନ୍ତା ୨୮ ଏବଂ ଡିସେମ୍ବର ୧ ରେ ଅନ୍ୟ ଦୁଇଟି ରିସେପ୍ସନ ପାର୍ଟି ଅନୁଷ୍ଠିତ ହେବ । ଏଥିରେ ବଲିଉଡର କଳାକାରମାନଙ୍କୁ ନିମନ୍ତ୍ରଣ କରାଯାଇଥିବା ଶୁଣିବାକୁ ମିଳିଛି ।

Hot this week

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories