www.samajalive.in
Tuesday, December 9, 2025
23.1 C
Bhubaneswar

ଭାରତକୁ ଖଲିସ୍ତାନୀଙ୍କ ଧମକ

ନୂଆଦିଲ୍ଲୀା: କାନାଡ଼ାରେ ବୃଦ୍ଧି ପାଉଥିବା ଖଲିସ୍ତାନୀ କାର୍ଯ୍ୟକଳାପ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ କାନାଡ଼ା ପ୍ରତିପକ୍ଷଙ୍କୁ ତାଗିଦା କରିବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ବିଚ୍ଛିନ୍ନତାବାଦୀ ସଂଗଠନ ଶିଖ୍‌ସ ଫର ଜଷ୍ଟିସ (ଏସ୍‌ଏଫ୍‌ଜେ)। ଏହାର ମୁଖ୍ୟ ଗୁର୍‌ପତ୍‌ୱନ୍ତ ସିଂହ ପନ୍ନୁ ଏକ ଧମକପୂର୍ଣ୍ଣ ଭିଡିଓ ସାମାଜିକ ଗଣମାଧ୍ୟମ​‌େ​‌ର ପ୍ରସାର କରିଛି। ଏଥିରେ ସେ ପ୍ରଧାନମନ୍ତ୍ରୀ ମୋଦୀ, ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ନିରାପତ୍ତା ପରାମର୍ଶଦାତା ଅଜିତ ଡୋଭାଲ ପ୍ରମୁଖ ବରିଷ୍ଠ ନେତାଙ୍କୁ ହତ୍ୟା ଧମକ ଦେଇଛି। ଗତ ରବିବାର କାନାଡ଼ାର ସରେ ଓ ଭାଙ୍କୋଭରସ୍ଥିତ ଗୁରୁଦ୍ବାରଠାରେ ଭାରତ ବିରୋଧୀ ଗଣଭୋଟ୍‌ କରାଇଥିବା ପନ୍ନୁ ନିଜ ବାର୍ତ୍ତାରେ ଲେଖିଛି; ‘ହରଦୀପ ସିଂହ ନିଜ୍ଜାରକୁ ହତ୍ୟା କରିଥିବା ଏହି ନେତାମାନଙ୍କୁ ଛଡ଼ାଯିବ ନାହିଁ। ସେମାନଙ୍କୁ ହତ୍ୟା ପାଇଁ ଆମେ ଶୀଘ୍ର ପହଞ୍ଚୁଛୁ।’ ସୂଚନାଯୋଗ୍ୟ ଯେ ନିଜ୍ଜାରକୁ ଯୋଜନାବଦ୍ଧ ଭାବେ କାନାଡ଼ାରେ ଗତ ଜୁନରେ ହତ୍ୟା କରାଯାଇଥିଲା।

http://ତାଲିବାନ ଦଖଲରେ ପାକ୍‌ର ସେନା ମୁଖ୍ୟାଳୟ

- Advertisement -

ସେହିଭଳି କାନାଡ଼ାର ଏକ ଆତଙ୍କବାଦୀ ସଂଗଠନ ମଧ୍ୟ ଓଟାୱାସ୍ଥିତ ଭାରତୀୟ ଦୂତାବାସକୁ ବନ୍ଦ କରିଦେବା ଏବଂ ଉଚ୍ଚାୟୁକ୍ତ ସଞ୍ଜୟ କୁମାର ବର୍ମାଙ୍କୁ ପ୍ରତ୍ୟାହାର ପାଇଁ ଧମକ ଦେଇଛି। କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୁ ଭାରତରେ ଉପସ୍ଥିତ ଥିଲାବେଳେ ମଙ୍ଗଳବାର ଏହି ଧମକପୂର୍ଣ୍ଣ ଫୋନ୍‌ କଲ୍‌ ଆସିଥିଲା। ନୂଆଦିଲ୍ଲୀରେ ଟ୍ରୁଡୋଙ୍କୁ ଅପମାନିତ କରାଯିବା ପଛରେ ନରେନ୍ଦ୍ର ମୋଦୀ ସରକାରଙ୍କ ହାତ ରହିଛି; ତେଣୁ ମୋଦୀ ତୁରନ୍ତ ତାଙ୍କ ଦୂତାବାସ ବନ୍ଦ କରି ଉଚ୍ଚାୟୁକ୍ତଙ୍କୁ ଭାରତ ଫେରାଇ ନିଅନ୍ତୁ; ନଚେତ୍‌ ଏହାର ଫଳାଫଳ ଭୋଗିବେ ବୋଲି ଏହି ସଂଗଠନ ଧମକ ଦେଇଛି। ଏହାକୁ ମିଛ ନ ଭାବିବାକୁ ମଧ୍ୟ ଫୋନ୍‌ରେ କୁହାଯାଇଛି।

Hot this week

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରାହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

Related Articles

Popular Categories