www.samajalive.in
Sunday, December 14, 2025
17.1 C
Bhubaneswar

ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତରେ ୪୪,୫୪୨ଟି ମାମଲାର ଚୂଡ଼ାନ୍ତ ଫଇସଲା

ଭୁବନେଶ୍ୱର: ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆଜି ଖୋର୍ଦ୍ଧା ଜିଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ ଜିଲ୍ଲା ଓ ଦୌରାଜଜ୍‌-ତଥା-ଅଧ୍ୟକ୍ଷ, ଜିଲା ଆଇନସେବା ପ୍ରାଧିକରଣ ଶ୍ରୀ ନିଶିଥ୍‌ ନିଶାଙ୍କଙ୍କ ନିର୍ଦ୍ଦେଶମତେ ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ୱର, ଖୋର୍ଦ୍ଧା, ବାଣପୁର, ଜଟଣୀ, ଚିଲିକା, ଟାଙ୍ଗି ବିଚାର ବିଭାଗୀୟ ଅଦାଲତ ପରିସରରେ ଜମିଜମା, ଫୌଜଦାରୀ, ଚେକ୍‌ ବାଉନ୍ସ, ଗାଡ଼ିମୋଟର ଦୁର୍ଘଟଣା, ବ୍ୟାଙ୍କ ଋଣ, ଶ୍ରମ, ବିଦ୍ୟୁତ, ବୈବାହିକ ମାମଲା, ଜମି ଅଧିଗ୍ରହଣ, ରାଜସ୍ୱ ମାମଲା, ଖାଉଟି ମାମଲା ପରି ପ୍ରାୟ ସମସ୍ତ ପ୍ରକାର ମାମଲାର ବିଚାର ହୋଇଥିଲା। ବିଭିନ୍ନ ଅଦାଲତରେ ଆଗତ ୭୧ ହଜାର ୯୪୬ ଗୋଟି ବିଭିନ୍ନ ପ୍ରକାର ମାମଲା ମଧ୍ୟରୁ ୪୪ ହଜାର ୫୪୨ଟି ମାମଲାର ଚୂଡ଼ାନ୍ତ ଫଇସଲା କରାଯାଇ ସମୁଦାୟ ୧୧ କୋଟି ୫୬ ଲକ୍ଷ ୧୯ ହଜାର ୬୯୫ ଟଙ୍କା ଜରିମାନା/ ରାଜସ୍ୱ ଆଦାୟ ସହିତ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା।

ଏହି ଲୋକ ଅଦାଲତରେ ବିଭାଗୀୟ ଅଦାଲତର ସମସ୍ତ ବିଚାର ବିଭାଗୀୟ ଅଧିକାରୀ, ଆଇନଜୀବୀ, ଅଦାଲତ କର୍ମଚାରୀମାନେ ଉପସ୍ଥିତ ଥିଲେ। ରେଜିଷ୍ଟାର, ସିଭିଲ୍‌ କୋର୍ଟ, କୋର୍ଟ ମ୍ୟାନେଜର, ଭୁବନେଶ୍ୱର ପ୍ରମୁଖ ଅଦାଲତ ପରିଚାଳନାରେ ସହାୟତା କରିଥିଲେ। ଶେଷରେ ଲୋକ ଅଦାଲତର ସାମୁଦାୟିକ ସଫଳତା ପାଇଁ ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ ସୌଦାମିନୀ ସିଂ, ସମସ୍ତ ବିଭାଗୀୟ ଅଧିକାରୀ, କର୍ମଚାରୀ, ଆଇନଜୀବୀ, ବ୍ୟାଙ୍କ ପରିଚାଳକ, ଟେଲିଯୋଗାଯୋଗ, ବିଦୁ୍ୟତ, ଖାଉଟି ବିଭାଗର ପଦାଧିକାରୀମାନଙ୍କୁ ଧନ୍ୟବାଦ ଦେଇଥିଲେ। ଚଳିତ ବର୍ଷର ଅନ୍ତିମ ଲୋକ ଅଦାଲତ ଚଳିତ ବର୍ଷ ଡିସେମ୍ବର ୯ ତାରିଖ (ଦ୍ୱିତୀୟ ଶନିବାର) ଦିନ ଅନୁଷ୍ଠିତ ହେବ ଏବଂ ଜନସାଧାରଣ ଏହାର ସୁଯୋଗ ନେବାକୁ ସେ ଅନୁରୋଧ ଓ ପରାମର୍ଶ ପ୍ରଦାନ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories