ଶ୍ରୀଜୀଉଙ୍କ ବନଭୋଜି ବେଶ
ଡେସ୍କ : ଭାଦ୍ରବ କୃଷ୍ଣ ଦଶମୀ ତିଥିରେ ଶନିବାର ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ବନଭୋଜି ବେଶ ଅନୁଷ୍ଠିତ ହୋଇଛି । ମଧ୍ୟାହ୍ନ ଧୂପ ନୀତି ଶେଷ ହେବାପରେ ସେବାୟତମାନେ ଶ୍ରୀଜୀଉଙ୍କୁ ଏହି ବେଶରେ ସଜ୍ଜିତ କରିଥିଲେ। ମହାପ୍ରଭୁ ବନଭୋଜି ଉଦ୍ଦେଶ୍ୟରେ ଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ରତ୍ନସିଂହାସନ ଦୁଇପାଶ୍ୱର୍ରେ କାଠରେ ନିର୍ମିତ ଗାଈ ଓ ବାଛୁରି ରଖାଯାଇଛି । ଗବେଷକଙ୍କ ମତ ଅନୁଯାୟୀ ଗୋପଲୀଳା ସମୟରେ କୃଷ୍ଣ ଓ ବଳରାମ ଗୋବତ୍ସା ସହ ବନଭୋଜି ପାଇଁ ଯାଇଥିଲେ । ଏହି ପୌରାଣିକ ତଥ୍ୟକୁ ଲୋକଙ୍କ ମନରେ ଉଜ୍ଜିବିତ କରିବା ପାଇଁ ଏହି ବେଶ ହୋଇଆସୁଛି । ହଜାର ହଜାର ଶ୍ରଦ୍ଧାଳୁ ଭିତର କାଠ ପାଖରେ ଠିଆହୋଇ ଶ୍ରୀଜୀଉଙ୍କ ଏହି ଆକର୍ଷଣୀୟ ବେଶ ଦର୍ଶନ କରୁଛନ୍ତି । ଏହି ଅବସରରେ ଶ୍ରୀମନ୍ଦିରରେ କୋଳିବିକା, ଶ୍ରୀଜୀଉଙ୍କ ବକାସୁର ଓ ଅର୍ଘାସୁର ବଧ ନୀତି ପାଳିତ ହୋଇଛି । ରବିବାର ଧେନୁକାସୁର ବଧ ସହିତ କାଳୀୟ ଦଳନ ବେଶ ଅନୁଷ୍ଠିତ ହେବ।
Comments are closed.