ବେଳକଣା ଆଶ୍ରମ ବିଦ୍ୟାଳୟରେ ଶିକ୍ଷକ ସହଭାଗୀ ରୂପେ ଅଭିଭାବକଙ୍କ ବୈଠକ
କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ସିକରପାଇ ପଞ୍ଚାୟତର ବେଳକଣା ଆଶ୍ରମ ବିଦ୍ୟାଳୟରେ ଶିକ୍ଷକ ସହଭାଗୀ ରୂପେ ଅଭିଭାବକଙ୍କ ବୈଠକ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମ ଆଦିବାସୀ ଓ ହରିଜନ ଉନ୍ନୟନ ଶିକ୍ଷା ବିଭାଗର ନିର୍ଦେଶ କ୍ରମେ ବିଭିନ୍ନ ବିଭାଗୀୟ ଅଧିକାରୀ ମିଶନ ଶକ୍ତି, ଶିଶୁ ସମନ୍ୱିତ ବିକାଶ ଯୋଜନା, ସ୍ୱାସ୍ଥ୍ୟ, ବନବିଭାଗ, କୃଷି ବିଭାଗ ,ଶିକ୍ଷା, ମିଲେଟ ମିଶନ, ଉଦ୍ୟାନ ବିଭାଗ ପକ୍ଷରୁ ସମୁଦାୟ ୮ଟି ଷ୍ଟଲ କରାଯାଇଥିଲା। ଏଥିରେ ସେବାଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁନନ୍ଦ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଚନ୍ଦନ ଦାସ ବାଙ୍ଗାରି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେ ବିଭିନ୍ନ ସରକାରୀ ଯୋଜନା ଓ ଆମେ ଜାଣିବା, ଆମେ ଜିଣିବା ବିଷୟରେ ଉପସ୍ଥିତ ଅଭିଭାବକଙ୍କୁ ଅବଗତ କରାଇଥିଲେ ।
କୃଷି ବିଭାଗ ଅଧିକାରୀ ନାୟକ ମାଣ୍ଡିଆ ର ଉପକାରୀତା ସହ କୃଷି ବିଭାଗ ର ଅନ୍ୟାନ୍ୟ ଯୋଜନା ବିଷୟରେ ଲୋକଙ୍କୁ ବୁଝାଇଥିଲେ। ଉଦ୍ୟାନ ବିଭାଗର ଯୁଧିଷ୍ଠିର ନାୟକ ,ବନ ବିଭାଗ ବନପାଳ ସୁଶାନ୍ତ ନାୟକ , ସିହେଚଓ ହରପ୍ରିୟା ବେହେରା, ଅଙ୍ଗନୱାଡି କର୍ମୀପ୍ରମୁଖ ଉପସ୍ଥିତ ରହିନିଜ ନିଜ ବିଭାଗ ର ସରକାରଙ୍କଯୋଜନା ଓ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଥିଲେ। ସେବାଶ୍ରମ ର ପ୍ରଧାନ ଶିକ୍ଷକ ସୁନନ୍ଦ କୁମାର ଜେନା ବିଦ୍ୟାଳୟ ରେ ଛାତ୍ର ଛାତ୍ରୀଙ୍କ ଅଧିକାର, ଶିକ୍ଷାର ଉନ୍ନତି, ପରିବେଶ ପରିଚ୍ଛନ୍ନତା ବାଲ୍ୟବିବାହ ଓ ବିଭିନ୍ନ ବିଷୟରେ କହିଥିଲେ। ଶେଷରେ ଆଶ୍ରମର ଛାତ୍ର ଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏଥିରେ ଆଶ୍ରମର ପ୍ରସାଦ ଗୌଡ଼, ଶାନ୍ତି କୁମାରୀ ମାଝୀ, ଗୌରୀ ଶ୍ରୀୟା ପାଢ଼ୀ, ମାଟ୍ରୋନ ଜ୍ୟୋସ୍ନାମୟୀ ପଟେଲ ସମେତ ଆଶ୍ରମର କର୍ମଚାରୀ ଉପସ୍ଥିତ ରହିଥିଲେ। ଶେଷରେ ସହକାରୀ ଶିକ୍ଷୟତ୍ରୀ ଶାନ୍ତି କୁମାରୀ ମାଝୀ ଧନ୍ୟବାଦ ଦେଇଥିଲେ।
Comments are closed.