www.samajalive.in
Sunday, December 14, 2025
19.1 C
Bhubaneswar

ଆବାସସ୍ଥଳୀ ଅଧିକାର ପାଇଁ ପାଉଦି ଭୂୟାଁ ଜନଜାତିର ମୂରବୀ ମାନଙ୍କୁ ତାଲିମ

କେନ୍ଦୁଝରଗଡ଼଼: ବାଂଶପାଳ ବ୍ଲକ ତେମେର ଗ୍ରାମରେ ଆର୍‌‌ସିଡ଼ିସି ଅନୁଷ୍ଠାନ ଦ୍ୱାରା ଏକ ଦିନିକିଆ ତାଲିମ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ବନବାସୀ ଚେତନା ମଣ୍ଡଳ ଗୋନାସିକା ଓ ଭୂୟାଁ ଜନଜାତି କେନ୍ଦୁଝର ମହାସଂଘ ପ୍ରଚେଷ୍ଟା ବଳରେ ସ୍ଥାନୀୟ ୧୦ଟି ଗ୍ରାମର ମୂରବୀ ମାନଙ୍କ ମଧ୍ୟରେ ଆବାସସ୍ଥଳୀ ଅଧିକାର ଆଇନ ସମ୍ପର୍କରେ ପ୍ରଥମେ କାର୍ଯକ୍ରମ ପରିଚାଳକ ଆନନ୍ଦ ସେଠୀ ଉଦାହରଣ ଦେଇ ଉପସ୍ଥାପନ କରିଥିଲେ। ରାଜାରାଜୁଡା ଅମଳରୁ ଏହି ଜନଜାତି ଭୋଗ କରୁଥିବା ଅନେକ ଅଧିକାର ପୀଢ଼ପଟ୍ଟା ମାଧ୍ୟମରେ ପାଉଥିଲେ ବୋଲି ମତବ୍ୟକ୍ତ କରିଥିଲେ। ନିଜର ସାସ୍କୃତିକ, ସାମାଜିକ ଓ ଅର୍ଥନୈତିକ ଜୀବନଜୀବୀକାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଆବାସସ୍ଥଳୀ ଅଧିକାରର ସ୍ୱୀକୃତିନାମା ଆବଶ୍ୟକ ବୋଲି ସର୍ବସମ୍ମତ ମତପ୍ରକାଶ ପାଇବା ସହ ଏହି ଦାବି କିଭଳି ତୁରନ୍ତ ହାସଲ କରାଯିବ ସେ ସମ୍ପର୍କରେ ବୈଠକରେ ନିଷ୍ପତ୍ତିି ଗ୍ରହଣ କରାଯାଇଥିଲା। ଅଭିଜ୍ଞ ତଥା ଜୁଆଙ୍ଗ ଓ ପାଉଡୀ ଭୂୟାଁଙ୍କ ପାଇଁ କାମ କରୁଥିବା ବନବାସୀ ଚେନତାମଣ୍ଡଳ ସମ୍ପାଦକ ବୀରବର ନାଏକ ଆବାସସ୍ଥଳୀ ଅଧିକାର ପାଇବା ପରେ ଜନଜାତି ଲୋକଙ୍କୁ ଏକ ନୂଆ ପରିଚୟ ମିଳିପାରିବ ବୋଲି ମତ ପ୍ରକାଶ କରିଥିଲେ। ଏହି ତାଲିମ ପ୍ରଦାନର ଆବଶ୍ୟକତାକୁ ଭଲ ଭାବେ ବୁଝିଲେ ଏହାର ସୁଦୂର ପ୍ରଭାବ ଅନ୍ୟ ଅଞ୍ଚଳକୁ ବ୍ୟପିବ ବୋଲି ସମସ୍ତେ ଏକମତ ହୋଇଥିଲେ। ଚଳିତସପ୍ତାହରେ ଦେରେଙ୍ଗେ ପୀଢ଼ର ଦାବି ଉପସ୍ଥାପନର ଆବଶ୍ୟକୀୟ ଖର୍ଚ୍ଚ ଆରସିଡ଼ିସି ଅନୁଷ୍ଠାନ ବହନ କରିବାକୁ ଅନୁଷ୍ଠିତ ବୈଠକରେ ମତପ୍ରକାଶ ପାଇଥିଲା।

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories