www.samajalive.in
Saturday, December 6, 2025
26.1 C
Bhubaneswar

ବୁର୍ଲା ଭିମସାର ହସପିଟାଲ ସମସ୍ୟା, ଅଭିନବ ପ୍ରତିବାଦ କଲା କୋଶଲ କ୍ରାନ୍ତି ସେନା

ବୁର୍ଲା: ବୁର୍ଲା ଭିମସାର ହସପିଟାଲର ସଦାସର୍ବଦା ରୋଗୀ ଚିକିତ୍ସା ବ୍ୟବସ୍ତାକୁ ଗୌଣ କରି ରଖାଯାଉଥିବା ବେଳେ ସଦାସର୍ବଦା ବ୍ୟବସାୟିକ ଉନ୍ନତି ଦିଗରେ ହସପିଟାଲ ବ୍ୟବସ୍ତା ନିଜକୁ ବ୍ୟସ୍ତ ବିବ୍ରତ କରି ରଖୁଥିବା ଦୃଷ୍ଟାନ୍ତ ଦେଖିବାକୁ ମିଳୁଛି। ରୋଗୀ ଚିକିତ୍ସା ସେବାରେ ସ୍ଥାଣୁ ବ୍ୟବସ୍ତା ଏବଂ ବିଭିନ୍ନ ପରୀକ୍ଷା ଯନ୍ତ୍ରପାତି ଉପଲବ୍ଧ ବା ଅଚଳ ଥିବାକୁ ନେଇ ଏହାକୁ ସୁଧାରିବା ସହିତ ରୋଗୀ ଚିକିତ୍ସାକୁ ଗୁରୁତ୍ୱ ଦିଆଯିବା ଦାବୀକୁ ନେଇ କୋଶଲ କ୍ରାନ୍ତିସେନା ଅଭିନବ ଭାବରେ ପ୍ରତିବାଦ କରିଛି। କୋଶଲ କ୍ରାନ୍ତିସେନାର ସଦସ୍ୟମାନେ ହଠାତ ଦୁଇଜଣ ଯୁବକଙ୍କୁ ମୁଣ୍ଡରୁ ଗୋଡ଼ ପର୍ଯ୍ୟନ୍ତ ବ୍ୟାଣ୍ଡେଜ କନା ଗୋଡ଼ାଇ ବାଇକରେ ଆଣିଥିଲେ। ସମସ୍ତ ଲୋକ ଉକ୍ତ ଯୁବକ ଦୁଇଜଣଙ୍କୁ ବଲ ବଲ କରି ଚାହିଁ ରହିଥିଲେ। କେହି କିଛି ଭାବିବା ପୁର୍ବରୁ ଉଭୟ ବ୍ୟାଣ୍ଡେଜ କନାରେ ବନ୍ଧା ହୋଇଥିବା ଉଭୟ ଯୁବକ ଗାଡ଼ିରୁ ଓହ୍ଲାଇ ଭିମସାର ହସପିଟାଲ ସମ୍ମୁଖରେ ଅଭିନବ ଭାବରେ ଛିଡ଼ା ହୋଇଥିବା ବେଳେ ସାଙ୍ଗରେ ଆସିଥିବା ଅନ୍ୟ ଯୁବକ ମାନେ ଭିମସାର ହସପିଟାଲର ବିକାଶ ଦାବୀ କରିଥିଲେ। ଏଭଳିକି ଭିମସାର ବ୍ୟବସ୍ତା ସମ୍ପୁର୍ଣ୍ଣ ରୁଗ୍‌‌ଣ ହୋଇଯାଇଥିବା ଏବଂ ଭିମସାରକୁ ଚିକିତ୍ସାର ଆବଶ୍ୟକତା ରହିଥିବା ଏହି ପ୍ରତିବାଦ ମାଧ୍ୟମରେ ଦର୍ଶାଇଥିଲେ କୋଶଲ କ୍ରାନ୍ତିସେନା ସଦସ୍ୟ। ସେମାନେ ହସପିଟାଲ ଅଧିକ୍ଷକ ପ୍ରଫେସର ଲାଲମୋହନ ନାୟକଙ୍କୁ ଏକ ଦାବୀପତ୍ର ଦେଇଥିବା ବେଳେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସଙ୍କୁ ଏହି ଭିମସାର ବିକାଶ ଦାବୀକୁ ନେଇ ଏକ ଦାବୀପତ୍ର ମଧ୍ୟ ପ୍ରଦାନ କରିଥିଲେ। ଦାବିପତ୍ରରେ କୋଶଲ କ୍ରାନ୍ତିଦଳର ସଦସ୍ୟ ଅର୍ପଣ କୁମାର ନାୟକଙ୍କ ସହିତ ଅନ୍ୟାନ୍ୟ ମାନଙ୍କ ହସ୍ତାକ୍ଷର ସମ୍ମଳିତ ପତ୍ର ପ୍ରଦାନ କରାଯାଇଥିଲା।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories