www.samajalive.in
Saturday, December 6, 2025
17.1 C
Bhubaneswar

ବୁର୍ଲା ଭିମସାର ରକ୍ତଦାନ ଶିବିର: ୬୦ ୟୁନିଟ ରକ୍ତ ସଂଗୃହିତ

ବୁର୍ଲା : ବୁର୍ଲା ଭିମସାର ସେବିକା ସଂଘ ପକ୍ଷରୁ ଗୁରୁଦିବସ ଅବସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଭିମସାର ହସପିଟାଲ ପରିସରରେ ରହିଥିବା ନର୍ସିଂ କର୍ମଚାରୀ ସଂଘ କୋଠାରେ ଆୟୋଜିତ ରକ୍ତଦାନ ଶିବିରରେ ଅତିଥି ଭାବରେ ଭିମସାର ହସପିଟାଲ ଅଧିକ୍ଷକ ପ୍ରଫେସର ଲାଲ୍‌‌ମୋହନ ନାୟକ, ଏକାଉଣ୍ଟ ଅଫିସର ସୁଶ୍ରୀ ସଂଙ୍ଗୀତା କୁମାର ଏବଂ ଅତିରିକ୍ତ ନର୍ସିଂ ଅଧ୍ୟକ୍ଷା ଗୀତା ରାଣୀ କାଣ୍ଡି ଯୋଗଦେଇ ଦ୍ୱିପ ପ୍ରଜ୍ୱଳନ କରି ଶିବିରକୁ ଉଦଘ।ଟନ କରିଥିଲେ। ସମସ୍ତ ସେବିକା, ଅଫିସ ଅଧିକ୍ଷକ ଧନୁର୍ଦ୍ଧର ବିଶ୍ୱାଳଙ୍କ ସମେତ ହସପିଟାଲର କର୍ମଚାରୀ ଏବଂ ଘରୋଇ ସୁରକ୍ଷା ସଂସ୍ଥାର ସୁରକ୍ଷା କର୍ମୀମାନ ପ୍ରମୁଖ ଏହି ସ୍ୱେଚ୍ଛାକୃତ ରକ୍ତଦାନ ଶିବିରରେ ରକ୍ତଦାନ କରିଥିଲେ। ତେବେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରରେ ସମୁଦାୟ ୬୦ ୟୁନିଟ୍‌‌ ରକ୍ତ ସଂଗୃହିତ ହୋଇଥିଲା। ଏଥିରେ ନର୍ସିଂ ସଂଘର ସଭାପତି ତୁଷାର ତରଙ୍ଗିଣୀ ଦାଣ୍ଡିଆ, ସାଧାରଣ ସମ୍ପାଦିକା ବିଜୟଲକ୍ଷ୍ମୀ ଖୁଣ୍ଟିଆ, ଟ୍ରେଜେରର ଜ୍ୟୋସ୍ନାରାଣୀ ମହାନ୍ତି ଏବଂ ସଂଘ କାର୍ୟ୍ୟନିର୍ବାହୀ ପରିଷଦର ସମସ୍ତ ସଦସ୍ୟ ଏବଂ ସଦସ୍ୟା ଉପସ୍ଥିତ ରହି କାର୍ୟ୍ୟକ୍ରମକୁ ସଫଳ କରିଥିଲେ। ଭିମସାର ରକ୍ତ ଭଣ୍ଡାର ଅଧିକାରୀ ପ୍ରଫେସର ଡାକ୍ତର ଚିତ୍ତରଞ୍ଜନ ପ୍ରସାଦଙ୍କ ସମେତ ଅନ୍ୟ ଡାକ୍ତର ଏବଂ କର୍ମଚାରୀ ରକ୍ତ ସଂଗ୍ରହରେ ସହଯୋଗ କରିଥିବା ଜଣାପଡ଼ିଛି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories