କଲମପୁର : କଲମପୁର ଥୁଆମୁଳ ରାମପୁର ମୁଖ୍ୟ ରାସ୍ତାର ସିଙ୍ଗାରୀ ଘାଟି ଠାରେ ମଙ୍ଗଳବାର ସଧ୍ୟା ସାଢେ ୬ଟା ବେଳେ ଘଟିଛି ଦୁର୍ଘଟଣା। ଘାଟି ରାସ୍ତାରେ ମହିନ୍ଦ୍ରା ସୁପେରୋ ଗାଡିର ଆଗ ଚକ ଫାଟିଯିବାରୁ ଏହି ଦୁର୍ଘଟଣା ଘଟିଛି। ଡ୍ରାଇଭର ସମେତ ଅନ୍ୟ ଜଣେ ଯାତ୍ରୀ ସାମାନ୍ୟ ଆହତ ହେଇଥିବା ବେଳେ ଏକ ବଡ ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି।
ସୂଚନା ଅନୁସାରେ ଜୁନାଗଡ଼ ଥାନା ଅଧିନସ୍ଥ ବଳଦିଆମାଲ ଗ୍ରାମର ଏକ ମହିନ୍ଦ୍ରା ସୁପେରୋ ଗାଡି ଯୋଗେ ଥୁଆମୁଳ ରାମପୁର ବନ ବିଭାଗ ନର୍ସରୀରୁ କିଛି ଗଛ ଚାରା ବୋଝେଇ କରି ଜୁନାଗଡ଼ ବ୍ଲକ ଅଧିନସ୍ଥ ମଥୁରା ପଂଚାୟତକୁ ନିଆଯାଉଥଲା। କିନ୍ତୁ ସିଙ୍ଗାରୀ ଘାଟିର ଏକ ବୁଲାଣି ନିକଟରେ ଗାଡିର ଆଗ ଚକ ଫାଟିଯାଇଥିଲା। ଗାଡି ଅନିୟନ୍ତ୍ରୀତ ହୋଇଥିଲା। କିନ୍ତୁ ଡ୍ରାଇଭର କୌଣସି ମତେ ଗାଡିକୁ ନିୟନ୍ତ୍ରୀତ କରି ରାସ୍ତା କଡରେ ଥିବା ସୁରକ୍ଷାବାଡରେ ଧକ୍କା କରିଥିଲେ। ଫଳରେ ଏକ ବଡ ଦୁର୍ଘଟଣାରୁ ସମସ୍ତେ ରକ୍ଷା ପାଇ ଯାଇଛନ୍ତି। ଅନ୍ୟ ପଟେ ଡ୍ରାଇଭର ଏବଂ ଅନ୍ୟ ଜଣେ ସହଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି।
ସିଙ୍ଗାରୀ ଘାଟିରେ ଦୁର୍ଘଟଣା ; ଅଳ୍ପକେ ବର୍ତିଲେ ଚାଳକଙ୍କ ସମେତ ସହଯାତ୍ରୀ
Popular Categories



