ଆଇଜର କ୍ୟାମ୍ପସରେ ଗଣ୍ଡଗୋଳ: ଲୁହା ରଡ଼ ମାଡ଼ରେ ପ୍ରୋଜେକ୍ଟ ଇନଚାର୍ଜ, ସିକ୍ୟୁରିଟି ଇନଚାର୍ଜ ଲହୁଲୁହାଣ

୩ ଅଭିଯୁକ୍ତ କୋର୍ଟ ଚାଲାଣ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଲଉଡିଗାଁ ଠାରେ ଥିବା ନିର୍ମାଣଧୀନ ଆଇଜର କ୍ୟାମ୍ପସ ପରିସରରେ ଆଜି ୧୫ ରୁ ଉର୍ଦ୍ଧ୍ବ ଯୁବକ ପହଞ୍ଚି କର୍ମଚାରୀଙ୍କୁ ଲୁହାରଡରେ ଉୟଭୀତ କରିଥିଲେ। ଏହାସହ ପ୍ରୋଜେକ୍ଟ ଇନଚାର୍ଜ ଓ ସିକ୍ୟୁରିଟି ଇନଚାର୍ଜକୁ ମାଡ଼ ମାରି ଲହୁ ଲୁହାଣ କରିଥିଲେ। ଏହି ଅଭିଯୋଗରେ ପୁଲିସ ୩ ଅଭିଯୁକ୍ତ କୁ ଗିରଫ ପରେ କୋର୍ଟ ଚାଲାଣ। ଗିରଫ ଅଭିଯୁକ୍ତ ମାନେ ହେଲେ କୋଳଥିଗାଁର ସଞ୍ଜୟ ପରିଡ଼ା (୩୬), କେଲୁଆପଲ୍ଲୀର ସୁରଜ୍ କୁମାର ନାୟକ (୨୯) ଓ ଦାସପୁରର ଅଜିତ କୁମାର ବେହେରା (୨୮) ବୋଲି ପୁଲିସ ସୂଚନା ଦେଇଛି।

prayash

ଅଭିଯୋଗ ଅନୁଯାୟୀ ଆଜି ସ୍ଥାନୀୟ ଅଞ୍ଚଳର ୧୫ରୁ ଉର୍ଦ୍ଧ୍ବ ଯୁବକ ହଠାତ କ୍ୟାମ୍ପସ ପରିସରରେ ପହଞ୍ଚି ପ୍ରୋଜେକ୍ଟ ଇନଚାର୍ଜ ବିକାଶ କୁମାର ରୁସ୍ତାଗିଙ୍କ ପ୍ରକୋଷ୍ଠକୁ ଧସେଇ ପସି ତାଙ୍କୁ ଗାଳିଗୁଲଜ କରିଥିଲେ। ଏହାର ପ୍ରତିବାଦ କରିବାରୁ ଯୁବକମାନେ ସାଥିରେ ନେଇଥିବା ଲୁହା ରଡ଼ରେ ବିକାଶକୁ ଆକ୍ରମଣ କରିଥିଲେ। ସିକ୍ୟୁରିଟି ଇନଚାର୍ଜ ଆରେୟା ରେଡ୍ଡୀ ସେଠାରେ ପହଞ୍ଚିବାରୁ ଯୁବକମାନେ ତାଙ୍କୁ ମଧ୍ୟ ଲୁହାରଡରେ ଆକ୍ରମଣ କରିଥିଲେ। ଏଥିରେ ବିକାଶ ସମେତ ଆରେୟା ଆହତ ହୋଇଥିଲେ। ପରେ ଅନ୍ୟ କର୍ମଚାରୀମାନେ ସେଠାରେ ପହଞ୍ଚି ଯିବାରୁ ଯୁବକମାନେ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ।

ଘଟଣା ନେଇ ବିକାଶଙ୍କ ପକ୍ଷରୁ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ଅଭିଯୋଗ କୁ ଭିତ୍ତି କରି ପୁଲିସ ପକ୍ଷରୁ ୪୩୪/୨୩ ରେ ଏକ ମାମଲା ରୁଜୁ କରିବା ଉପରୋକ୍ତ ୩ ଅଭିଯୁକ୍ତ କୁ ହତ୍ୟା ଉଦ୍ୟମ ମାମଲାରେ କୋର୍ଟ ଚାଲାଣ କରିଛି। ଅନ୍ୟ ପଟେ ଏହି ଘଟଣାରେ ସାମିଲ ରହିଥିବା ସ୍ଥାନୀୟ ଏକ‌ ପଞ୍ଚାୟତର ସରପଞ୍ଚ ସମେତ ଅନ୍ୟମାନଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ଆଇଆଇସି ବିବେକାନନ୍ଦ ମହନ୍ତ ସୂଚନା ଦେଇଛନ୍ତି।

Comments are closed.