ଆରମ୍ଭ ହେଲା ଖୁଦୁରିକୁଣି ଓଷା
ଚୌଦ୍ୱାର: ଚଳିତ ବର୍ଷର ପ୍ରଥମ ଖୁଦୁରିକୁଣି ଓଷା ରବିବାର ଅନୁଷ୍ଠିତ ହୋଇଯାଇଛି। ଭାଦ୍ରବ ମାସର ପ୍ରଥମ ରବିବାର ଠାରୁ ଏକ ମାସ ପର୍ଯ୍ୟନ୍ତ ପ୍ରତେକ ରବିବାର ଅନୁଷ୍ଠିତ ହେଉଥିବା ଏହି ପୁଜା ଆରମ୍ଭ ହେବା ଦ୍ୱାରା ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହରାଞ୍ଚଳରେ ପୂଜାର ମାହୋଲ ପ୍ରବେଶ କରିଛି। ହେଲେ ୨ଦିନ ଧରି ଲାଗି ରହିଥିବା ଲଘୁଚାପ ଜନିତ ବର୍ଷା କୁଅାଁରୀ ଝିଅ ମାନଙ୍କ ମନରେ ପୂଜାର ଆଗ୍ରହକୁ ଦ୍ବିଗୁଣିତ କରିଥିବା ଦେଖିବାକୁ ମିଳିଛି। ରବିବାର ସକାଳୁ ଝିଅ ମାନେ ଉଠି ପ୍ରାତଃ ସ୍ନାନ ସାରି ଘଣ୍ଟ, ହୁଳହୁଳିରେ ପାଖ ପୋଖରି, ନଦୀ କୁଳ ଆଦିସ୍ଥାନରେ ବଲୁଙ୍କା ତୋଳି ପୁଜା କରୁଥିବା ଦେଖିବାକୁ ମିଳିଥିଲା। ବିଶେଷ କରି ଗ୍ରାମାଞ୍ଚଳ ଓ ସହାରାଞ୍ଚଳର ବିଭିନ୍ନ ସାହି ବସ୍ତିରେ ଖୁଦୁରୁକୁଣି ପୁଜା ଏକ ପ୍ରତିଯୋଗିତା ମୁଳକ ଭାବେ ଅନୁଷ୍ଠିତ ହେଉଛି। ଝିଅମାନେ ଏକତ୍ରିତ ହୋଇ ନିଜ ନିଜର ପୂଜା ସ୍ଥଳିକୁ ବିଭିନ୍ନ ପ୍ରକାର ଢଙ୍ଗରେ ନାନା ରକମର ଫୁଲ,ଆଲୋକ ସଜ୍ଜାରେ ସଜ୍ଜିତ କରିଥିଲେ। ସନ୍ଧ୍ୟାରେ ଝିଅମାନେ ମିଳିମିଶି ଭୋଗରାଗ କରି ମାଙ୍କ ଖୁଦୁରୁକୁଣି ଓଷା ବହି ବୋଲି ପୁଜାର୍ଚ୍ଚନା କରିଥିବା ଦେଖିବାକୁ ମିଳିଛି।
Comments are closed.