ରେଙ୍ଗାଲିକ୍ୟାମ୍ପ: ଅତାବିରା ଲାଦେରପାଲି ସ୍ଥିତ ଖେଳ ପଡିଆ ସମ୍ମୁଖରେ ନୂତନ ଭାବେ ନିର୍ମାଣ ହୋଇଥିବା ସବରେଜିଷ୍ଟ୍ରାର କାର୍ୟ୍ୟାଳୟ ଶନିବାର ଉଦଘାଟିତ ହୋଇଯାଇଛି। ଏହି ଅବସରରେ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ବରଗଡ଼ ଜିଲ୍ଲାପାଲ ମନିଷା ବାନାର୍ଜୀ, ଉତ୍ତରାଞ୍ଚଳ ନିବନ୍ଧନ ଉପ ମହା ନିବନ୍ଧକ ସମ୍ବଲପୁରର ଦେବରଞ୍ଜନ ମହାନ୍ତି, ଅତାବିରା ଓକିଲ ସଂଘର ସଭାପତି ଦୁର୍ୟ୍ୟୋଧନ ଛତର, ଏନ୍ ଏ ସି ଅଧ୍ୟକ୍ଷ ବନମାଳୀ ବରିହା ସମ୍ମାନିତ ଅତିଥି ରୂପେ ମଞ୍ଚାସୀନ ଥିଲେ। ବିଧାୟିକା ନିମନ୍ତ୍ରିତ ଅତିଥି ମାନଙ୍କ ଗହଣରେ ଫିତା କଟା ଏହି ନୂତନ କାର୍ୟ୍ୟାଳୟର ଶୁଭ ଉଦଘାଟନ କରିଥିଲେ।
Popular Categories



