ଗାଁ ସାଥି ସଂଘର ଜରୁରୀ ବୈଠକ

ଝୁମ୍ପୁରା: ଝୁମ୍ପୁରା ବ୍ଲକ ଗାଁ ସାଥି (ମେଟ) ସଂଘର ଜରୁରୀ ବୈଠକ ଝୁମ୍ପୁରା ହାଟ ପଡ଼ିଆ ଠାରେ ସଂଘର ଉପଦେଷ୍ଠା ମାଟୁରାମ ମୁଣ୍ଡାଙ୍କ ପ୍ରତ୍ୟକ୍ଷ ତ୍ୱତାବଧାନରେ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସଂଘର ସଭାପତି ଉମେଶ ଚନ୍ଦ୍ର ମୁଣ୍ଡା, ସଂପାଦକ ଉମାକାନ୍ତ ମହାନ୍ତ ରାଜ୍ୟ ମଜଦୁର ସଂଘର ଲକ୍ଷ୍ମଣ ମହାକୁଡ, ବିଶୁ ନାଏକ, ଧିରେନ ମହାରଣା, ଗୋପାଳ ଚନ୍ଦ୍ର ନାଏକ, ଦୟାନିଧି ମହାନ୍ତ, ଅମୃତି ବାରିକ, ବୃନ୍ଧାବତୀ ପ୍ରଧାନ, ଜାପାନୀ ନାଏକ ,ନରେନ୍ଦ୍ର ପଲେଇ, ପଚରତ୍ନ ନାଏକ, ନକୁଳ ନାଏକ ପ୍ରମୁଖ ଯୋଗଦାନ କରିଥିଲେ। ଯୋଗଦାନ କରିଥିବା କର୍ମକର୍ତା ମାନେ ଗାଁ ସାଥି (ମେଟ) ମନରେଗା କାମ ପାଇଁ ପଲ୍ଲି ସଭା ନିତ୍ୟାନ୍ତ ଆବଶ୍ୟକ ରହିଥିଲେ ମଧ୍ୟ ପ୍ରଶାସନ ତରଫରୁ ଏଥିପ୍ରତି କୌଣସି ଗୁରୁତ୍ୱ ଦେଉ ନାହାନ୍ତି। ପ୍ରଶାସନ ତରଫରୁ କାଗଜ କଲମରେ ଗ୍ରାମସଭା, ପଲ୍ଲି ସଭା ଆୟୋଜନ କରାଯାଉଛି ଏବଂ ମେଟ ମାନଙ୍କୁ ଗ୍ରାମସଭା ସମ୍ପର୍କରେ ଅବଗତ କରାଯାଉ ନାହିଁ ଯାହା ଫଳରେ ଗାଁ ସାଥି ମାନେ ଗ୍ରାମ ସଭାରେ କଣ ମଞ୍ଜୁର ହେଉଛି ତାହା ଜାଣିବାରୁ ବଂଚିତ ହେଉଛନ୍ତି। ତା ସହିତ ବ୍ଲକ ପ୍ରଶାସନ ତରଫରୁ ଗାଁ ସାଥି ମାନଙ୍କ ନାମରେ ମନରେଗା ଯୋଜନାରେ କାମ କରୁଛନ୍ତି ମେଟର ନାମରେ କାର୍ଯ୍ୟଦେଶ ପତ୍ର ପ୍ରଦାନ କରାଯାଉ ନାହିଁ ଏବଂ ମେଟ ମାନଙ୍କ ମୋବାଇଲକୁ ଠିକ ସମୟରେ ପଞ୍ଜିକରଣ କରୁନାହାନ୍ତି ଏବଂ ଗାଁ ସାଥି ମାନଙ୍କୁ ଏ କ୍ଷେତ୍ରରେ ହଇରାଣ ହରକତ କରୁଛନ୍ତି। ବୈଠକ ଶେଷରେ ଗାଁ ସାଥି ମାନଙ୍କ ତରଫରୁ ବିଡିଓଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି।
Comments are closed.