www.samajalive.in
Saturday, December 6, 2025
15.1 C
Bhubaneswar

ଯୁଦ୍ଧ ଜାହାଜ ନିର୍ମାଣ ଲାଗି ଭାରତ-ରୁଷିଆ ଚୁକ୍ତି ସ୍ୱାକ୍ଷର

ନୂଆଦିଲ୍ଲୀ : ଗୋଆଠାରେ ଭାରତୀୟ ନୌସେନାର ୨ଟି ଯୁଦ୍ଧ ଜାହାଜ ନିର୍ମାଣ ଲାଗି ଭାରତ ମଙ୍ଗଳବାର ରୁଷିଆ ସହିତ ୫୦୦ ନିୟୁତ ଡଲାରର ଏକ ଚୁକ୍ତି ସ୍ୱାକ୍ଷର କରିଛି। ଦ୍ୱିପାକ୍ଷିକ ସାମରିକ ସହଯୋଗ ନେଇ ଉଭୟ ଦେଶର ସରକାରଙ୍କ ମଧ୍ୟରେ ହୋଇଥିବା ବୁଝାମଣା ଭିତ୍ତିରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଗୋଆ ଶିପୟାର୍ଡ ଲିମିଟେଡ୍‍ ଏବଂ ରୁଷିଆର ରେସୋବୋରୋନେକ୍ସପୋର୍ଟ କମ୍ପାନୀ ମଧ୍ୟରେ ଏହି ଚୁକ୍ତି ସ୍ୱାକ୍ଷର ହୋଇଛି। ଜାହାଜ ନିର୍ମାଣ ଲାଗି ରୁଷ ଡିଜାଇନ, ଟେକ୍ନୋଲୋଜି ଏବଂ କେତେକ ସାମଗ୍ରୀ ଯୋଗାଇ ଦେବ। ୨୦୨୦ରେ ଏହି ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ଗୋଆ କମ୍ପାନୀର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ଶେଖର ମିତ୍ତଲ କହିଛନ୍ତି।୨୦୨୬ ସୁଦ୍ଧା ଗୋଟିଏ ଏବଂ ତା’ ପରବର୍ଷ ଆଉ ଗୋଟିଏ ଜାହାଜର ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରହିଛି। ସମାନ ଧରଣର ଦୁଇଟି ଯୁଦ୍ଧ ଜାହାଜ ଆମଦାନୀ ଲାଗି ଗତମାସରେ ଉଭୟ ଦେଶ ମଧ୍ୟରେ ୯୫୦ ମିଲିୟନ ଡଲାରର ଏକ ରାଜିନାମା ସ୍ୱାକ୍ଷର ହୋଇଥିଲା। ଏହି ଜାହାଜ ଦ୍ୱୟ କାଲିନିନଗ୍ରାଡସ୍ଥିତ ୟନ୍ତର ବନ୍ଦରରେ ନିର୍ମାଣ କରାଯାଉଛି। ୨୦୨୩ ସୁଦ୍ଧା ଭାରତୀୟ ନୌସେନାକୁ ଏହା ହସ୍ତାନ୍ତର କରାଯିବାର ଯୋଜନା ରହିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories