www.samajalive.in
Saturday, December 6, 2025
23.1 C
Bhubaneswar

ବିସିସିଆଇଠାରୁ ୭୦ ନିୟୁତ ଡଲାର କ୍ଷତିପୂରଣ ଦାବି ପ୍ରସଙ୍ଗ

ଦୁବାଇ : ଦ୍ୱିପାକ୍ଷିକ କ୍ରିକେଟ ସମ୍ପର୍କ ଛିନ୍ନ କରିଥିବା ଅଭିଯୋଗରେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) କିଛି ବର୍ଷ ପୂର୍ବେ ବିସିସିଆଇ ନିକଟରୁ କ୍ଷତିପୂରଣ ବାବଦରେ ୭୦ ନିୟୁତ ଡଲାର ଦାବି କରିଥିଲା। ବିସିସିଆଇ କର୍ତ୍ତୃପକ୍ଷ ଏଥିପ୍ରତି କର୍ଣ୍ଣପାତ ନ କରିବା ଫଳରେ ପିସିବି କର୍ତ୍ତୃପକ୍ଷ ଆଇସିସିର ଦ୍ୱାରସ୍ଥ ହୋଇଥିଲେ। ତେବେ ଆଇସିସିର ଡିସ୍‍ପ୍ୟୁଟ୍‍ ପ୍ୟାନେଲ ମଙ୍ଗଳବାର ପିସିବିର ଏହି ଦାବିକୁ ଖାରଜ କରିଦେଇଥିବା ଜଣାପଡିଛି। ପିସିବି ପକ୍ଷରୁ ଗତବର୍ଷ ଏହି ମାମଲା ଦାୟର କରାଯାଇଥିଲା। ଚଳିତବର୍ଷ ଅକ୍ଟୋବର ୧ରୁ ୩ ପର୍ଯ୍ୟନ୍ତ ଆଇସିସି ଡିସ୍‍ପ୍ୟୁଟ ପ୍ୟାନେଲରେ ଏହାର ଶୁଣାଣି କରାଯାଇଥିଲା। ଇଂଲଣ୍ଡର ଖ୍ୟାତନାମା ଆଇନ ପରାମର୍ଶଦାତା କମ୍ପାନୀ ବ୍ଲାକ୍‍ଷ୍ଟୋନ ଚ୍ୟାମ୍ବର୍ସର ସଦସ୍ୟ ତଥା ବାରିଷ୍ଟର ମାଇକେଲ ବେଲୋଫ୍‍ଙ୍କ ଅଧ୍ୟକ୍ଷତାରେ ଏହି ଶୁଣାଣି ହୋଇଥିଲା। ବିସିସିଆଇ ପକ୍ଷରୁ ମାମଲା ପରିଚାଳନା ନିମନ୍ତେ ଲଣ୍ଡନସ୍ଥିତ ସ୍ୱନାମଧନ୍ୟ କ୍ରୀଡା ଆଇନଜୀବୀ ଇଆନ ମିଲ୍‍ସଙ୍କୁ ନିଯୁକ୍ତ କରାଯାଇଥିବାବେଳେ ତାଙ୍କୁ ହବର୍ଟ ସ୍ମିଥ୍‍ ଫ୍ରିହିଲ୍‍ସ କମ୍ପାନୀ (ଦୁବାଇ) ଓ ବିସିସିଆଇ ଓକିଲ ସିରିଲ ଅମରଚାନ୍ଦ ସହାୟତା କରିଥିଲେ। ରାୟ ପ୍ରକାଶ ପାଇସାରିଥିବାରୁ ଏହି ମାମଲାରେ ଆଉ ଶୁଣାଣି ହେବ ନାହିଁ ବୋଲି ଆଇସିସି ପକ୍ଷରୁ ସ୍ପଷ୍ଟ କରାଯାଇଛି।
ସୂଚନାଯୋଗ୍ୟ; ପିସିବି ଦାବି ଅନୁଯାୟୀ ଏନ.ଶ୍ରୀନିବାସନ ବିସିସିଆଇର ସଭାପତି ଥିବାବେଳେ ଭାରତ-ପାକ୍‍ ଦ୍ୱିପାକ୍ଷିକ କ୍ରିକେଟ ସିରିଜ ନେଇ ୨୦୧୨ରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ଚୁକ୍ତି ଅନୁଯାୟୀ ୨୦୧୫ରୁ ୨୦୨୩ ମଧ୍ୟରେ ଉଭୟ ଦେଶ ୬ଟି ଦ୍ୱିପାକ୍ଷିକ ସିରିଜ ଖେଳିବେ। ଏଥିମଧ୍ୟରୁ ୪ଟି ସିରିଜ ପାକିସ୍ତାନରେ ଓ ୨ଟି ସିରିଜ ଭାରତରେ ଆୟୋଜିତ ହେବ। ଏହି ସମୟରେ ଭାରତ ଓ ପାକିସ୍ତାନ ମଧ୍ୟରେ ୧୪ଟି ଟେଷ୍ଟ , ୩୦ଟି ଦିନିକିଆ ଓ ୧୨ଟି ଟ୍ୱେଣ୍ଟି୨୦ ଖେଳାଯିବ ବୋଲି ସ୍ଥିର ହୋଇଥିଲା। ତେବେ ୨୦୦୮ ମୁମ୍ବଇ ଆତଙ୍କବାଦୀ ଆକ୍ରମଣ ପରଠାରୁ ପାକିସ୍ତାନ ସହ ଭାରତ କ୍ରିକେଟ ସମ୍ପର୍କ ଛିନ୍ନ କରିଦେଇଥିଲା। ଦୁଇ ଦେଶର ରାଜନୈତିକ ସମ୍ପର୍କ ଦିନକୁ ଦିନ ନିମ୍ନଗାମୀ ହେଉଥିବା ଅବସରରେ ପାକିସ୍ତାନ ସହ କ୍ରିକେଟ ସମ୍ପର୍କ ପୁନଃସ୍ଥାପନ କରିବାକୁ ଭାରତ ସରକାର ବିସିସିଆଇକୁ ଅନୁମତି ଦେଉନାହାନ୍ତି। ଭାରତୀୟ କ୍ରିକେଟ ଦଳ ପାକିସ୍ତାନ ସହ ସିରିଜ ନ ଖେଳିବା ଫଳରେ ସେମାନେ ବ୍ୟାପକ ଆର୍ଥିକ କ୍ଷତିର ସମ୍ମୁଖୀନ ହେଉଛନ୍ତି ବୋଲି ଅଭିଯୋଗ କରି ପିସିବି ପକ୍ଷରୁ ଆଇସିସିରେ କ୍ଷତିପୂରଣ ମାମଲା ଦାଏର କରାଯାଇଥିଲା।

Hot this week

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

Related Articles

Popular Categories