ସୌର ପ୍ରକଳ୍ପ ପାଇଁ ପୁରସ୍କୃତ ବ୍ଲକର ଜନବହୁଳ ଗ୍ରାମ ଅନ୍ଧାର
ପାତ୍ରପୁର: ସୌର ପ୍ରକଳ୍ପ ପାଇଁ କେନ୍ଦ୍ର ସରକାରଙ୍କ ପାଖରୁ ପୁରସ୍କୃତ ହୋଇ ଥିବା ପାତ୍ରପୁର ବ୍ଲକର ବୁରାତାଲ ପଞ୍ଚାୟତ ଅନ୍ତର୍ଗତ ଏକ ଜନବହୁଳ ଆଦିବାସୀ ଗ୍ରାମ ଅଞ୍ଚୁପା। ଏହି ପଞ୍ଚାୟତର ସାତରୁ ଅଧିକ ଗ୍ରାମ ପାଞ୍ଚ ବର୍ଷ ଧରି ଅନ୍ଧାରରେ ଥିବା ଜଣା ପଡିଛି। ଏହି ସବୁ ୭ରୁ ଅଧିକ ଗ୍ରାମରେ ଥିବା ସୌର ପ୍ରକଳ୍ପ ଦୀର୍ଘ ବର୍ଷ ଧରି ଅଚଳ ଅବସ୍ଥାରେ ରହିଥିବା ବେଳେ ମରାମତି ନହୋଇ ଲଟା ବୁଦା ମାଡ଼ିଗଲାଣି। ଫଳରେ ଲୋକମାନେ ଅନ୍ଧାରରେ ରାତି ଜାପାନ କରିବାକୁ ପଡୁଛି। ପାତ୍ରପୁର ବ୍ଳକର ଶତାଧିକ ଆଦିବାସୀ ଗ୍ରାମ ମଧ୍ୟରୁ ଅର୍ଦ୍ଧାଧିକ ଗ୍ରାମ ଦୁର୍ଗମ ପାହାଡରେ ରହିଛି। ସରକାର ଆଦିବାସୀ ଲୋକଙ୍କ ଉନ୍ନତିପାଇଁ ବିଭିନ୍ନ ଯୋଜନାରେ ଅର୍ଥ ବରାଦ କରି ଉନ୍ନୟନ ଜାରି ରଖିଛନ୍ତି। ଏହି ଦୁର୍ଗମ ଗ୍ରାମର ଲୋକଙ୍କ ପାଖରେ ବିଜୁଳି ପହଞ୍ଚାଇବା ପାଇଁ ଜଙ୍ଗଲ ରାସ୍ତା ପ୍ରତିବନ୍ଧକ ସାଜିଛି।ଯାହାକୁ ନେଇ ବିଭିନ୍ନ ଗ୍ରାମର ଲୋକଙ୍କୁ ସୋଲାର ପ୍ଲାଣ୍ଟ ସ୍ଥାପନ କରି ବିଜୁଳୀ ଯୋଗା ଯାଇଛି। ଦୁର୍ଗମ ଗ୍ରାମର ଲୋକଙ୍କୁ ସୋଲାର ସେବା ଯୋଗାଇ ଚଳିତ ବର୍ଷ ଏହି ବ୍ଳକ ଆଙ୍କୁଲି ପଞ୍ଚାୟତ ଦେଶରେ ତୃତୀୟ ହୋଇ ପୁରସ୍କୃତ ହେବ ପରେ ରାଜ୍ୟ ସରକାର ମଧ୍ୟ ସହାୟତା ଯୋଗାଇ ଛନ୍ତି।
ପଞ୍ଚାୟତକୁ ଏଥି ପାଇଁ କେନ୍ଦ୍ର ସରକାର ୭୫ଲକ୍ଷ୍ ଟଙ୍କା ପୁରସ୍କାର ରାଶି ପ୍ରଦାନ ପରେ ରାଜ୍ୟ ସରକାର ୨.୨୫ଲକ୍ଷ୍ ଟଙ୍କା ଅନୁଦାନ ଅର୍ଥ ପ୍ରଦାନ କରିଛନ୍ତି। ବଡ ଅଞ୍ଚୁପା ଗ୍ରାମରଏହି ଲୋକ ମାନେ ଗ୍ରାମରେ ନଦୀବନ୍ଧ ସାହି, ସ୍କୁଲ ସାହି,ମୁଣ୍ଡ ସାହି, ନୁଆ ସାହି, ବଡ଼ ସାହି ଏବଂ ବୁଟ ସାହିରେ ୧୨୭ପରିବାରରେ ଛଅ ଶହରୁ ଅଧିକ ଲୋକ ବସବାସ କରନ୍ତି ।ଏହି ଗ୍ରାମଟି ପଞ୍ଚାୟତ ର ସର୍ବାଧିକ ଜଣ ବସତି ଥିବା ଗ୍ରାମ ଅଟେ । ତିତଲି ପରେ ସୋଲାର ସେବା ବନ୍ଦ ରହିବା ପରେ ଏହାର ମରାମତି କରିବାର ପନ୍ଦର ଦିନ ପରେ ପୁଣି ଅଚଳ ଅବସ୍ଥାରେ ପଡ଼ି ରହିଛି।ଫଳରେ ଗ୍ରାମବାସୀ ଅନ୍ଧାରରେ ରାତି କାଟୁଛନ୍ତି। ଗ୍ରାମଟି ପାହାଡ଼ ଉପରେ ରହିଥିବା ବେଳେ ପାଞ୍ଚ କିଲୋମିଟର ଜଙ୍ଗଲ ପଥରେ ଆସିବା ପରେ ଗଜପତି ସୀମାମାଡ଼ାରୁ ଯିବାକୁ ପଡ଼ୁଛି। ଗ୍ରାମଠାରୁ ବ୍ଲକ୍ ପ୍ରାୟ ପଞ୍ଚ ଚାଳସୀ କିଲୋମିଟର ଅଟେ ।ଗ୍ରାମର ଲୋକମାନେ ମୁଖ୍ୟତଃ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରିବା ସହ ବଗଡ଼ରେ ବିଭିନ୍ନ ପ୍ରକାରର ଫସଲ ଅମଳ କରି ପରିବାର ପ୍ରତିପୋଷଣ କରନ୍ତି।
ପୂର୍ବ ପରି ବଗଡ ଫସଲ ଅମଳ ଭଲ ହେଉନାହିଁ ଯାହାକୁ ଦେଖି ୩୦ରୁ ଅଧିକ ଯୁବକ ଦାଦନ ଖଟିବାକୁ ଆନ୍ଧ୍ରକୁ ଚାଲି ଯାଇଛନ୍ତି। ଲୋକମାନେ ପଡ଼ିକାର୍ଡରେ ଜିନିଷ ସଂଗ୍ରହ ଠାରୁ ବିଭିନ୍ନ କାର୍ଯ୍ୟ ସମ୍ପାଦନା ପାଇଁ ପାହାଡ଼ତଳ ତଳ ବୁରାତାଲ ଏଗାର କିଲୋମିଟର ଦୂର ଯିବାକୁ ପଡୁଛି। ଗାଆଁରେ ଥିବା ପ୍ରାଥମିକ ବିଦ୍ୟାଳୟଟି ଟିଣ ଛପର ଝାଟିମାଟି ଘର ମଧ୍ୟରେ ଚାଲିଛି। ଅଙ୍ଗନାବାଡି ଘର ନଥିବାରୁ ଜଣେ ବ୍ୟକ୍ତିଙ୍କ ଦୁଆରେ କାର୍ଯ୍ୟ ଚାଲିଛି। ଗାଆଁକୁ ଥିବା ମାଟି ରାସ୍ତା ବର୍ଷାରେ ଧୋଇ ହୋଇ ଯାତାୟାତରେ ଅସୁବିଧା ହେବା ସହ ଦୁଇ ଚକିଆ ଯାନ ଯିବା ବନ୍ଦ ରହିଛି। ଏହି ଗ୍ରାମ ସହିତ ମାରମାରିଆ, ତାଡିଙ୍ଗି,ବି ଗାଇଡ଼ା, ଡେଙ୍ଗା ପଥର, ଝମ୍ପୁରୀ ମୂଷା, ଥଳିବାଡ଼ ପ୍ରଭୃତି ୭ରୁ ଉର୍ଦ୍ଧ୍ବ ଗ୍ରାମରେ ସୋଲାର ପ୍ରକଳ୍ପ ଅଚଳ ଅବସ୍ଥାରେ ରହିଛି। ପ୍ରଶାସନ ତୁରନ୍ତ ଲୋକଙ୍କୁ ସୋଲାର ସେବା ଯୋଗାଇ ଦେବାକୁ ଦାବୀ ହେଉଛି।
Comments are closed.