ନବଜାତ ଶିଶୁ କନ୍ୟାର ମୃତଦେହ ଉଦ୍ଧାର 

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ ରତନପୁର ଗ୍ରାମର ଏକ ବିଲରୁ ବୁଧବାର ସକାଳେ ପୁରୁଣା କଟକ ପୁଲିସ ନବଜାତ ଶିଶୁ କନ୍ୟାର ମୃତଦେହ ଉଦ୍ଧାର କରିଛି। ସୁଚନା ଅନୁଯାୟୀ ଆଜି ସକାଳୁ ବିଲକୁ ଧାନ ତଳି ଲଗାଇବା ପାଇଁ ଯାଉଥିବା ସମୟରେ ଏକ ଶିଶୁ କନ୍ୟାର ମୃତଦେହ ବିଲରେ ପଡ଼ିଥିବା କିଛି ମହିଳା ଦେଖିବାକୁ ପାଇଥିଲେ । ଶିଶୁ କନ୍ୟାର ମୃତଦେହ ଦେଖି ମହିଳାମାନେ ଗ୍ରାମରେ ଏ ନେଇ ଜଣାଇଥିଲେ। ଏ ସମ୍ପର୍କରେ ପୁରୁଣାକଟକ ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି । କିଏ ଓ କେଉଁ ଉଦେଶ୍ୟରେ ଶିଶୁ କନ୍ୟାକୁ ବିଲରେ ଫିଙ୍ଗିଲା ଏହା ଉପରେ ପୁଲିସ ତଦନ୍ତ କରୁଛି।

Comments are closed.