www.samajalive.in
Monday, December 15, 2025
16.1 C
Bhubaneswar

ମହାନଦୀକୁ ବସ୍ ଖସିବା ଘଟଣା: ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି

କଟକ.- ଏକ ମଇଁଷିକୁ ଧକ୍କା ଦେବା ପରେ ତାଳଚେରରୁ କଟରକ ଆସୁଥିବା ଜଗନ୍ନାଥ ନାମକ ବସ ମହିନଦୀ ଶଯ୍ୟା ଖସିପଡିଛି । ଏଥିରେ ୧୦ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକମାନଙ୍କ ମଧ୍ୟରେ ୭ ଜଣ ପୁରୁଷ ଓ ୩ ଜଣ ମହିଳା ଥିବା ସୂଚନା ମିଳିଛି ।

ଏକ  ମଇଁଷିକୁ ଧକ୍କା ଦେଇ ବସଟି ଦୁର୍ଘଟଣା ଦେଇଥିବା ସୂଚନା ମିଳିଛି। କଟକ ଜଗତପୁରରୁ ଶିଖରପୁର ଆସୁଥିବା ସମୟରେ ବସଟି ପୋଲ ତଳକୁ ଖସିପଡିଥିଲା। ମିଳିଥିବା ସୂଚନା ଅନୁସାରେ ୩୦ ଫୁଟ ତଳକୁ ବସଟି ଖସିପଡିଛି।  ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ ଓ ଓଡ୍ରାଫ୍‌ ଦଳ ନିୟୋଜିତ ଅଛନ୍ତି । ସ୍ଥାନୀୟ ଯୁବକମାନେ ଏଥିରେ ସାହାଯ୍ୟ କରିଥିବା ଦେଖିବାକୁ ମିଳିଥିଲା । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି । ଘଟଣାସ୍ଥଳକୁ ଜଣେ ମନ୍ତ୍ରୀ ଯାଇ ଉଦ୍ଧାର କାର୍ଯ୍ୟ ତଦାରଖ କରିବା ପାଇଁ ନିର୍ଦେଶ ଦେଇଛନ୍ତି । କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରାଙ୍କୁ ଦୁର୍ଘଟଣାସ୍ଥଳକୁ ପଠାଯାଇଛି । ଆହତମାନଙ୍କୁ ଚିକିତ୍ସାପାଇଁ  ଏସ୍‌ସିବି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୁଲିସ କମିଶନର , ଡିସିପିଙ୍କ ସହ ଅନ୍ୟାନ ଅଧିକାରୀ ରହି ଉଦ୍ଧାର କାର୍ଯ୍ୟକୁ ତଦାରଖ କରିଥିଲେ ।

- Advertisement -

Hot this week

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

Related Articles

Popular Categories