www.samajalive.in
Monday, December 15, 2025
14.1 C
Bhubaneswar

ବୌଦ୍ଧରେ ନୂଆଖାଇ ଭେଟଘାଟ ପାଇଁ ପ୍ରସ୍ତୁତି ବୈଠକ

ବୌଦ୍ଧ: ଚଳିତବର୍ଷ ବୌଦ୍ଧରେ ନୂଆଖାଇ ଭେଟଘାଟ ଉତ୍ସବ ଧୁମଧାମରେ ପାଳନ କରାଯିବାକୁ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଗେହ୍ଲାମା କଳାନିକେତନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ଶଶାଙ୍କ ଶେଖର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୁଆଖାଇ ଅବସରରେ ସଙ୍ଗିତ ନୃତ୍ୟ ଆଦି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବାକୁ ନିଷ୍ପତି ଗ୍ରହଣ କରାଯିବା ସହିତ ଏଥିପାଇଁ ବଜେଟ୍‌‌ ପ୍ରସ୍ତୁତି କରାଯାଇଥିଲା। ମାଉସୀ ମା ମନ୍ଦିର ପ୍ରାଙ୍ଗଣରେ ଆଗାମୀ ୨୦ ଓ ୨୧ ତାରିଖ ଦୁଇଦିନ ଧରି ଏହି ଉତ୍ସବ ପାଳନ କରାଯିବାକୁ ନିଷ୍ପତି ଗ୍ରହଣ କରାଯିବା ସହିତ ଏଥିରେ ପଶ୍ଚିମ ଓଡ଼ିଶାର ଲୋକନୃତ୍ୟ, ସଂଗୀତ ପ୍ରଦର୍ଶିତ କରାଯିବା ସହିତ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା। ଏଥିରେ ଭଏସ ଅଫ ବୌଦ୍ଧ, ପଶ୍ଚିମ ଓଡ଼ିଶା ବେଶଭୂଷାରେ ମଡେଲିଂ ସୋ ପ୍ରତିଯୋଗିତା ସହିତ ଦଳଗତ ଲୋକନୃତ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯିବ। ସମସ୍ତ କାର୍ଯ୍ୟକ୍ରମର ଚୂଡାନ୍ତ ରୂପରେଖ ପ୍ରସ୍ତୁତ କରି ପରବର୍ତି ବୈଠକରେ ଉପସ୍ଥାପନ କରିବାକୁ ଗୋପାଳ କୃଷ୍ଣ ବେହେରାଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ବୈଠକରେ ଅନୁଷ୍ଠାନର ଉପଦେଷ୍ଟା ଚିତରଂଜନ ଦାଶ,ସାଧାରଣ ସମ୍ପାଦକ ଆଶୁତୋଷ ମହାପାତ୍ର, ଉପସଭାପତି ଜୟନାରାୟଣ ମହାନ୍ତି, ସଦସ୍ୟ ମିହିର ଚାନ୍ଦ, ଶତ୍ରୁଜିତ ମହାପାତ୍ର, ପ୍ରଶାନ୍ତ ଭାଇନା ଓ ସୀତାକାନ୍ତ ସିଂହ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories