www.samajalive.in
Monday, December 15, 2025
15.1 C
Bhubaneswar

ବିଜେପିର କଲମପୁର ଓ ଦେପୁର ପଂଚାୟତରେ ବିକ୍ଷୋଭ

କଲମପୁର: ମଙ୍ଗଳବାର କଲମପୁର ବ୍ଲକ ବିଜେପି ପକ୍ଷରୁ କଲମପୁର ଏବଂ ଦେପୁର ପଂଚାୟତ ଠାରେ ରାଜ୍ୟ ସରକାରଙ୍କ ଦୁର୍ନିତୀ ଏବଂ ଭ୍ରଷ୍ଟାଚାର ବିରେଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ପ୍ରଦାନ କରାଯାଉଥିବା ଆର୍ଥିକ ସହାୟତାକୁ ପ୍ରକୃତ ହିତାଧିକାରୀଙ୍କ ବଦଳରେ ଦଳୀୟ କର୍ମୀଙ୍କୁ ପ୍ରଦାନ କରି ହଡପ କରୁଥିବା ଦେପୁର ଏବଂ କଲମପୁର ନିର୍ମାଲ୍ୟ କ୍ଷେତ୍ର ପରିସରରେ ଆୟୋଜିତ ପ୍ରତିବାଦ ସଭାରେ ଉପସ୍ତିତ ବିଜେପି ନେତୃମଣ୍ଡଳି ମତବ୍ୟକ୍ତ କରିଥିଲେ। କଲମପୁର ମଣ୍ଡଳ ସଭାପତି କମଳ ବାଗଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ପ୍ରତିବାଦ ସଭାରେ ଜିଲ୍ଲା ସାଧାରଣ ସମ୍ପାଦକ ସୁଧିର ପାଟ୍ଟଯୋଷୀ, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ବିଜୟ ଦେବ ସାହୁ, ହରେକୃଷ୍ଣ ପଣ୍ଡା, ହିମାଂଶୁ ଶେଖର ପଣ୍ଡା, ଅପରେଶ ସ୍ୱାଇଁ, ସୁଧିର ବାଗ ପ୍ରମୁଖ ଉଦବୋଧନ ଦେଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories