ଆଠଗଡ଼: ଆଠଗଡ଼ର କଟକ ଜିଲ୍ଲା କ୍ୟାନକିଡୋ ଆସୋସିଏସନ ପକ୍ଷରୁ ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ସଂପ୍ରତି ନିକଟରେ ଜର୍ମାନୀର ବର୍ଲିନଠାରେ ଅନୁଷ୍ଠିତ ସ୍ୱତନ୍ତ୍ର ଅଲମ୍ପିକ୍ସର ସାଇକେଲ ଚାଳନାରେ ୨ୟ ସ୍ଥାନ ଅଧିକାର କରି ରୌପ୍ୟ ପଦକ ହାସଲ କରିଥିବା ଖୁଣ୍ଟକଟା ପଞ୍ଚାୟତ ଅଧିନ ରେଗେଡ଼ାପଡ଼ା ଗ୍ରାମର କଳ୍ପନା ଜେନାଙ୍କୁ ଆସୋସିଏସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଆସୋସିଏସନର ସଭାପତି ରୁଦ୍ରଚରଣ ମହାନ୍ତି, ଉପସଭାପତି ଶ୍ୟାମାପ୍ରସାଦ ପଣ୍ଡା, ମୁଖ୍ୟ କ୍ରୀଡା ପ୍ରଶିକ୍ଷକ ସନ୍ତୋଷ ବେହେରା, ସଂପାଦକ ପ୍ରଦୀପ ନାରାୟଣ ବାହିନୀପତି କୋଷାଧ୍ୟକ୍ଷ ରାହୁଲ କୁମାର ଜେନାଙ୍କ ସମେତ ବହୁ କ୍ରୀଡାବିତ୍ ରେଗେଡ଼ାପଡ଼ା ଗ୍ରାମକୁ ଯାଇ କଳ୍ପନାଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ଶ୍ରୀ ଜଗନ୍ନାଥଙ୍କ ଫଟୋଚିତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିବା ସଙ୍ଗେ ସଙ୍ଗେ କ୍ରୀଡାରେ ତାଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ।
Popular Categories



