ଭୁବନେଶ୍ବର : ଆଜି ପବିତ୍ରାର୍ପଣ ଚତୁଦର୍ଶୀ। ଲିଙ୍ଗରାଜଙ୍କର ବଡ଼ସିଂହାର ବେଶ ହୋଇନାହିଁ। ନିୟମ ଅନୁସାରେ, ଆଜି ଠାକୁରଙ୍କ ପାଖରେ ପଇତା ଲାଗି ହେବା କଥା। ପଇତା ଲାଗି ନୀତିକୁ ନେଇ ବିବାଦ ଦେଖାଦେଇଛି। ଲିଙ୍ଗରାଜ ମନ୍ଦିରରେ ବଡୁ-ପୂଜାପଣ୍ଡା ନିଯୋଗ ବିବାଦକୁ ନେଇ ନୀତିକାନ୍ତି ବନ୍ଦ ରହିଥିବା ସୂଚନା ମିଳିଛି। ଗତକାଲି ବଡ଼ସିଂହାର ବେଶ ପରଠାରୁ ଲିଙ୍ଗରାଜଙ୍କ ନୀତିକାନ୍ତ ବନ୍ଦ ରହିବା ସହ ମହାପ୍ରଭୁ ଶ୍ରୀ ଲିଙ୍ଗରାଜ ଉପାସରେ ଅଛନ୍ତି ବୋଲି ଲିଙ୍ଗରାଜ ମନ୍ଦିରର ସୁପରଭାଇଜର ରାଜ କିଶୋର ମହାପାତ୍ର ସୂଚନା ଦେଇଛନ୍ତି। ପ୍ରକାଶ ଯେ, ପ୍ରଭୁଙ୍କ ନିକଟରେ ପଇତା ଲାଗି ପାଇଁ ପୂଜାପଣ୍ଡା ସେବାୟତ ଓ ବଡୁ ସେବାୟତ ମଧ୍ୟରେ ମତାନ୍ତର ହୋଇଥିଲା। ୨୦୨୦ ମସିହାରୁ ଲାଗି ରହିଛି ଏ ନେଇ ବିବାଦ । ଏ ନେଇ ମାମଲା ହୋଇଛି। ଏହି ମାମଲା ଏବେ ଅଦାଲତରେ ବିଚାରାଧୀନ ରହିଛି।
Popular Categories



