www.samajalive.in
Wednesday, December 10, 2025
16.1 C
Bhubaneswar

ବିଶ୍ୱ ଆଥଲେଟିକ୍ସରେ ରାଜ୍ୟର ନାଁ ଉଜ୍ଜ୍ଵଳ କରିଥିବା କିଶୋରଙ୍କ ପାଇଁ ପୁରସ୍କାର ଘୋଷଣା

ଭୁବନେଶ୍ବର: ବିଶ୍ୱ ଆଥଲେଟିକ୍ସ ଚମ୍ପିୟାନସିପ୍‌ରେ ଚମତ୍କାର ପ୍ରଦର୍ଶନ କରିଥିବା ଜାଭଲିନ୍‌ ଥ୍ରୋୟର କିଶୋର ଜେନାଙ୍କ ପାଇଁ ପୁରସ୍କାର ରାଶି ଘୋଷଣା କରିଛନ୍ତି ରାଜ୍ୟ ସରକାର। ପୁରସ୍କାର ସ୍ବରୂପ କିଶୋରଙ୍କୁ ୨୫ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।

କିଶୋର ଜେନା ରାଜ୍ୟର ପ୍ରଥମ ବ୍ୟକ୍ତି ଭାବେ ବିଶ୍ୱ ଆଥ୍‌ଲେଟିକ୍ସ ଚମ୍ପିୟାନସିପ୍‌ରେ ଭାଗ ନେଇଥିଲେ। ସେ ଫାଇନାଲ ରାଉଣ୍ଡକୁ ଉନ୍ନୀତ ହେବା ପରେ ସାରା ରାଜ୍ୟରେ ଖୁସିର ଲହରୀ ଖେଳି ଯାଇଥିଲା। ତେବେ ରବିବାର ଅନୁଷ୍ଠିତ ଫାଇନାଲ ରାଉଣ୍ଡରେ ପଦକ ଜିତି ପାରି ନଥିଲେ ମଧ୍ୟ ନିରାଶ କରି ନଥିଲେ କିଶୋର। ୮୪.୭୭ ମିଟର ଜାଭଲିନ୍ ପିଙ୍ଗି ସେ ପଞ୍ଚମ ସ୍ଥାନରେ ରହିଥିଲେ।

Hot this week

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

Related Articles

Popular Categories