www.samajalive.in
Wednesday, December 10, 2025
16.1 C
Bhubaneswar

ଏହି ଦିଗକୁ ଚାହିଁ ପିନ୍ଧିବେ ରାକ୍ଷୀ: ପ୍ରାପ୍ତି ହୋଇଥାଏ ସୌଭାଗ୍ୟ

ଭାଇ-ଭଉଣୀଙ୍କ ଭଲ ପାଇବାର ପ୍ରତୀକର ପର୍ବ ରକ୍ଷାବନ୍ଧନ ବା ରାକ୍ଷୀପୂର୍ଣ୍ଣିମା ୩୦ ଓ ୩୧ ଅଗଷ୍ଟରେ ପାଳନ କରାଯିବ। ରାକ୍ଷୀ ବାନ୍ଧିବାର ସମୟ ଓ ଦିଗ ପ୍ରତି ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ। ଏହାଦ୍ୱାରା ଭାଇଙ୍କୁ ସୁଖ ଓ ସୌଭାଗ୍ୟ ପ୍ରାପ୍ତି ହେବ। ଜାଣନ୍ତୁ..
ଜ୍ୟୋତିର୍ବିଦଙ୍କ ମତାନୁଯାୟୀ, ରାକ୍ଷୀ ବାନ୍ଧିବା ସମୟରେ ଭଉଣୀଙ୍କ ମୁହଁ ପଶ୍ଚିମ ଦିଗକୁ ହେବା ଉଚିତ୍‌‌। ଭାଇଙ୍କ ମୁହଁ ପୂର୍ବ ଦିଗକୁ ହେବା ଉଚିତ। ନଚେତ୍‌‌ ଭାଇ ଉତ୍ତର ଦିଗକୁ ମୁହଁ କରି ବସିବେ। ଏହି ଦୁଇ ଦିଗ ଶୁଭ ବୋଲି ମାନ୍ୟତା ରହିଛି। ଏହି ଦିଗରେ ବିଶେଷ କରି ଦେବୀଦେବତାଙ୍କ ବାସ ରହିଥିବାରୁ ଶୁଭଫଳ ପ୍ରାପ୍ତି ହୋଇଥାଏ ବୋଲି ମାନ୍ୟତା ରହିଛି। ସେହିପରି ସୂର୍ଯ୍ୟୋଦୟ ଠାରୁ ଆରମ୍ଭ କରି ସୂର୍ଯ୍ୟୋସ୍ତ ପର୍ଯ୍ୟନ୍ତ ପୂର୍ବ ଓ ଉତ୍ତର ଦିଗକୁ ମୁହଁ କରି ରାକ୍ଷୀ ପିନ୍ଧିବା ଉଚିତ। ଏହାଦ୍ୱାରା ଭାଇଙ୍କୁ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ।
ଧାର୍ମିକ ମାନ୍ୟତା ଅନୁଯାୟୀ, ଡାହାଣ ହସ୍ତ ଶକ୍ତିର ସ୍ରୋତ। ଏହି ହସ୍ତରେ ସମସ୍ତ ଶୁଭ କାର୍ଯ୍ୟ କରାଯାଏ। କୁହାଯାଏ ଡାହାଣ ହସ୍ତରେ କରାଯାଉଥିବା ଦାନ ଭଗବାନ ସ୍ୱୀକାର କରିଥାଆନ୍ତି। ତେଣୁ ଦକ୍ଷିଣ ହସ୍ତରେ ହିଁ ରାକ୍ଷୀ ପିନ୍ଧନ୍ତୁ।

 

- Advertisement -

 

Hot this week

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

Related Articles

Popular Categories