www.samajalive.in
Thursday, December 11, 2025
18.1 C
Bhubaneswar

ଆପଣ ଅଧିକ କ୍ରୋଧିତ ହେଉଛନ୍ତି କି ? କାରଣ ହୋଇପାରେ ଆପଣ ରହୁଥିବା ଘର

କ୍ରୋଧ ଏପରି ଏକ ଅବସ୍ଥା ଯେଉଁ ଅବସ୍ଥାରେ ମଣିଷ ତା’ର ହିତାହିତ ଜ୍ଞାନ ଭୁଲିଯାଏ। ସମ୍ପର୍କରେ ଭୁଲ ବୁଝାମଣା ବା ଫାଟ ସୃଷ୍ଟି ହେବାର ମୁଖ୍ୟ କାରଣ ହେଉଛି ଏହି କ୍ରୋଧ। ଯେଉଁ ବ୍ୟକ୍ତି ନିଜ କ୍ରୋଧକୁ ନିୟନ୍ତ୍ରଣରେ ରଖିପାରେ ସେ ସବୁ ପରିସ୍ଥିତିକୁ ସାମ୍ନା କରି ସର୍ବଦା ବିଜୟ ହାସଲ କରିବାରେ ସମର୍ଥ ହୋଇପାରେ। ଏପରି କିଛି ଲୋକ ଅଛନ୍ତି, ଯେଉଁମାନେ ବିନା କାରଣରେ କଥା କଥାରେ ରାଗନ୍ତି ଓ ଅଧିକ ମାତ୍ରାରେ ରାଗିଥା’ନ୍ତି। ଏହାକୁ ନେଇ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ।

ତେବେ ବାସ୍ତୁ ଶାସ୍ତ୍ର ଅନୁସାରେ, ଆପଣ ବାସ କରୁଥିବା ଘର ମଧ୍ୟ ଆପଣଙ୍କ ଅତ୍ୟଧିକ ରାଗର କାରଣ ହୋଇପାରେ। ବାସ୍ତୁ ଶାସ୍ତ୍ରରେ କୁହାଯାଇଛି ଯେ ଏପରି କିଛି ଘର ଥାଏ, ଯେଉଁଠାରେ ବାସ କରିବା ଦ୍ୱାରା ବ୍ୟକ୍ତି ଅଧିକ କ୍ରୋଧୀ ସ୍ୱଭାବର ହେବା ସହ ତା’ର କ୍ରୋଧ ବୃଦ୍ଧି ପାଇଥାଏ। ବାସ୍ତୁ ଅନୁସାରେ, ଯଦି ଘରର ଦକ୍ଷିଣ-ପଶ୍ଚିମ ଦିଗ ଖୋଲା ରହେ, ତେବେ ସେହି ଘରର ଲୋକ ଅଧିକ କ୍ରୋଧୀ ହୋଇଥା’ନ୍ତି। ତେଣୁ ଏହି ଦିଗ ଖୋଲା ରହିବା ଉଚିତ୍‌ ନୁହେଁ। ଏହିପରି ଘରେ ରହୁଥିବା ଲୋକେ ଅନ୍ୟମାନଙ୍କ ତୁଳନାରେ ଅଧିକ ଚିଡ଼ିଚିଡ଼ା ସ୍ୱଭାବର ହୋଇଥା’ନ୍ତି।

- Advertisement -

ବାସ୍ତୁରେ ଏହା ମଧ୍ୟ କୁହାଯାଇଛି, ଭୁଲ୍‌ରେ ଘରକୁ ଅଳିଆ ବା ଅପରିଷ୍କାର କରି ରଖନ୍ତୁ ନାହିଁ। ଘର ଅଳିଆ ହେଲେ, ପରିବାର ସଦସ୍ୟଙ୍କ ମଧ୍ୟରେ କ୍ରୋଧ ଭାବ ସୃଷ୍ଟି ହୁଏ। ଏପରି ଘରେ ଅଶାନ୍ତି ଲାଗି ରହିଥାଏ। ଘରର ସଦସ୍ୟ ସର୍ବଦା ନିଜ ନିଜ ମଧ୍ୟରେ ଝଗଡ଼ା କରିବାରେ ବ୍ୟସ୍ତ ରୁହନ୍ତି। ଏଥିସହିତ ଘରର ଦକ୍ଷିଣ-ପୂର୍ବ ଦିଗରେ ପାଣି ଟାଙ୍କି ରଖିବା ଉଚିତ ନୁହେଁ। କୁହାଯାଏ, ଏହା ଦ୍ୱାରା ଘରେ ସୁଖ, ଶାନ୍ତି ରହେନାହିଁ।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories