www.samajalive.in
Tuesday, December 9, 2025
15.1 C
Bhubaneswar

ମାଲକାନଗିରିରେ ମାଓ ବିରୋଧି ପୋଷ୍ଟର

ମାଲକାନଗିରି : ମାଲକାନଗିରି ଜିଲା କାଲିମେଳା ଟେକଗୁଡାରେ ଆନ୍ଧ୍ର-ଓଡ଼ିଶା ବର୍ଡର ଡିଭିଜନ ମାଓବାଦୀ ସଙ୍ଗଠନର ବନ୍ଦ ଡାକରାକୁ ବିରୋଧ କରାଯାଇଛି। ଏଥିପାଇଁ ସମ୍ପୁର୍ଣ୍ଣ ହିଂସା ମୁକ୍ତ ଓଡିଶା ଅଭିଯାନ ପକ୍ଷରୁ ମାଓ ବିରୋଧି ପୋଷ୍ଟର ଦେଖିବାକୁ ମିଳିଛି। ପୋଷ୍ଟରରେ ଉଲ୍ଲେଖ ରହିଛି ଯେ, ଦେଶଦ୍ରୋହୀଙ୍କ ହତ୍ୟା ବିରୋଧରେ କ’ଣ ପାଇଁ ଆନ୍ଧ୍ର-ଓଡ଼ିଶା ବର୍ଡର ଡିଭିଜନ ମାଓବାଦୀ ସଙ୍ଗଠନ ଅଧା ଓଡିଶା ବନ୍ଦ ଡାକରା ଦେଇଛି, ମାଓବାଦୀଙ୍କ ବନ୍ଦ ଯୋଗୁଁ ଯାତାୟତ ଓ ଦୋକାନ ବଜାର କ’ଣ ପାଇଁ ବନ୍ଦ ରହିବ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି। ଏହାସହ ସାଥି ମାଓବାଦୀଙ୍କ ପାଇଁ ସ୍କୃତି ଭେଟି ନୁହେଁ ତାହା ଜନତାଙ୍କ ଉପରେ ଅତ୍ୟାଚାର, ଆନ୍ଧ୍ର-ଓଡ଼ିଶା ବର୍ଡର ଡିଭିଜନ ମାଓବାଦୀ ସଙ୍ଗଠନ ପାଇଁ ସେମାନଙ୍କ ପରିବାର ଉଜୁଡି ଯାଇଛି ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି। ବନ୍ଦ ଡାକରା ସମୟରେ ଲୋକଙ୍କ ଉପରେ ଦାଦାଗିରି, ବସ ଚଳାଚଳ ବନ୍ଦ ନ କରିବାକୁ ସମ୍ପୁର୍ଣ୍ଣ ହିଂସା ମୁକ୍ତ ଓଡିଶା ଅଭିଯାନ ଚେତାବନୀ ଦେଇଛି।
ସୂଚନାଯୋଗ୍ୟ ଯେ, ଆନ୍ଧ୍ର-ଓଡ଼ିଶା ବର୍ଡର ଡିଭିଜନ ମାଓବାଦୀ ସଙ୍ଗଠନ ପକ୍ଷରୁ ମଙ୍ଗଳବାର ଦିନ ମାଲକାନଗିରିରେ ବନ୍ଦ ଡାକରା ଦିଆଯାଇଛି। ମାଓବାଦୀଙ୍କ ବନ୍ଦ ଡାକରା ଯୋଗୁଁ ସମଗ୍ର ଜିଲାରେ ସରକାରୀ ବସ ଚଳାଚଳ ବନ୍ଦ ରହିଛି। ଏହାସହ ଜିଲା ସଦର ମହକୁମାକୁ ଛାଡ଼ି ଅନ୍ୟ ଅଞ୍ଚଳରେ ଦୋକାନବଜାର ମଧ୍ୟ ବନ୍ଦ ରହିଥିବାର ଦେଖିବାକୁ ମିଳିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories