ନୂଆଦିଲ୍ଲୀ: ଅକ୍ସଫୋର୍ଡ ଅଭିଧାନରେ ୨୦୧୮ର ଶ୍ରେଷ୍ଠ ଶବ୍ଦ ଭାବେ “ଟକ୍ସିକ’କୁ ମାନ୍ୟତା ପ୍ରଦାନ କରାଯାଇଛି। “ଟକ୍ସିକ୍’ ଶବ୍ଦର ଅର୍ଥ ବିଷାକ୍ତ। ବିଗତ ଏକ ବର୍ଷ ଧରି ବିଶ୍ୱର ପ୍ରଦୂଷଣ ଓ ରାଜନୈତିକ ବାତାବରଣକୁ ଦୃଷ୍ଟିରେ ରଖି ବିଷାକ୍ତ ଶବ୍ଦକୁ ବର୍ଷର ଶ୍ରେଷ୍ଠ ଶବ୍ଦର ମାନ୍ୟତା ପ୍ରଦାନ କରାଯାଇଛି। ଅକ୍ଟଫୋର୍ଡ଼ ପକ୍ଷରୁ ୨୦୧୮ ବର୍ଷର ଘଟଣାକ୍ରମ,ସାମାଜିକ ପରିସ୍ଥିତି ଓ ରାଜନୈତିକ ପାଣିପାଗକୁ ଦୃଷ୍ଟିରେ ରଖି ଶବ୍ଦର ଚୟନ କରାଯାଇ ଥାଏ। “ଅକ୍ସଫୋର୍ଡ଼ ଇୟର ଅଫ ଦି ୱାର୍ଡ଼’ ଏଭଳି ଏକ ଶବ୍ଦ ଯାହାର ସାଂସ୍କୃତିକ ଦୃଷ୍ଟିକୋଣରୁ ଗୁରୁତ୍ୱ ରହିଛି। ସିଧାସଳଖ କରିବାକୁ ଗଲେ ୨୦୧୮ରେ ସର୍ବାଧିକ ବ୍ୟବହୃତ ଶବ୍ଦ ଗୁଡ଼ିକ ମଧ୍ୟରେ ବର୍ଷର ଶ୍ରେଷ୍ଠ ଶବ୍ଦର ଚୟନ କରାଯାଇ ଥାଏ। ଏହାକୁ ଦୃଷ୍ଟିରେ ରଖି ଟକ୍ସିକ ଚଳିତ ବର୍ଷର ଶ୍ରେଷ୍ଠ ଶବ୍ଦର ମାନ୍ୟତା ଅର୍ଜନ କରିଛି।
Popular Categories



