www.samajalive.in
Sunday, December 14, 2025
17.1 C
Bhubaneswar

ଗ୍ରାହକ ସେବା କେନ୍ଦ୍ରକୁ ସିଏସପି ପ୍ଲସ ଅନ୍ତର୍ଭୁକ୍ତ କରିବାକୁ ଦାବି 

ତିଗିରିଆ :  ସରକାରଙ୍କ ବିଭିନ୍ନ ଜନହିତକର କାର୍ଯ୍ୟକୁ ସମ୍ପାଦନ ଲାଗି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଦ୍ଵାରା ପଞ୍ଚାୟତ ସ୍ତରୀୟ  ଗ୍ରାହକ ସେବା କେନ୍ଦ୍ର ଖୋଲାଯାଇଛି । ଏହି ଗ୍ରାହକ ସେବା କେନ୍ଦ୍ରଗୁଡ଼ିକୁ ସରକାରଙ୍କ ବିଭିନ୍ନ ଯୋଜନାରେ ଉପେକ୍ଷିତ ହେଉଥିବା ଅଭିଯୋଗ ହୋଇଛି । ଫଳରେ ଗ୍ରାହକ ସେବା କେନ୍ଦ୍ରର ପରିଚାଳକମାନଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି।
ତିଗିରିଆ ବ୍ଳକ ଅଞ୍ଚଳରେ ଭାରତୀୟ ଷ୍ଟେଟବ୍ୟାଙ୍କ ଶାଖା ପକ୍ଷରୁ ୧୪ରୁ ଅଧିକ ଗ୍ରାହକ ସେବା କେନ୍ଦ୍ର ଖୋଲା ଯାଇଛି। ଏଠାରେ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା, ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା, ଅଟଳ ପେନ୍‌ସନ୍ ଯୋଜନା ଆଦି କରାଯାଉଥିଲା । ସେହିପରି ବିଭିନ୍ନ ସରକାରୀ ଯୋଜନାର ସଫଳ ରୂପାୟନ ନିମନ୍ତେ ଅଧାରୁ ଅଧିକ ଜମା ଖାତା ଖୋଲଯିବା ଓ ଜନଧନ ଯୋଜନାରେ ଅଧିକରୁ ଅଧିକ ଅର୍ଥ ଜମା କରାଯିବା ସହିତ ସାମାଜିକ ସୁରକ୍ଷା ବୀମାକୁ ନିଜ ଖର୍ଚ୍ଚରେ ବିଭିନ୍ନ ସ୍ଥାନରେ କ୍ୟାମ୍ପ୍ କରି ଲୋକମାନଙ୍କୁ ଅନ୍ତର୍ଭୁକ୍ତ କରାଯାଉଛି । ସରକାରଙ୍କ ମିଶନ ଶକ୍ତି ଜରିଆରେ ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀ ଋଣ ଅର୍ଥକୁ ଉଠାଣ କରି ପ୍ରଦାନ କରିବା ଓ ଋଣ ପଇସାକୁ ଜମା କରାଇବା ଭଳି କାର୍ଯ୍ୟକୁ ଏହି ଗ୍ରାହକ ସେବା କେନ୍ଦ୍ର ଗୁଡ଼ିକ କରୁଛନ୍ତି। ଏହାଛଡ଼ା ନୋଟ ବନ୍ଦୀ ସମୟରେ  ଲୋକଙ୍କୁ ସହଯୋଗ ଏବଂ ମହାମାରୀ କୋଭିଡ ସମୟରେ ମଧ୍ୟ ଜୀବନକୁ ବାଜି ଲଗାଇ ଗ୍ରାମାଞ୍ଚଳ ଲୋକଙ୍କୁ ସେବା ଯୋଗାଇ ଦେଇଥିଲେ |
ଏପରି ସ୍ଥଳେ ସରକାର ପ୍ରତି ପଞ୍ଚାୟତରେ ସିଏସ୍‌ ପ୍ଲସ ଯୋଜନା ମାଧ୍ୟମରେ ନୂତନ ବ୍ୟାଙ୍କିଙ୍ଗ ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଥିବା ବେଳେ ଦୀର୍ଘବର୍ଷ ଧରି କାର୍ଯ୍ୟ କରିଆସୁଥିବା ଗ୍ରାହକ ସେବା କେନ୍ଦ୍ରଗୁଡ଼ିକ ଭୀଷଣ ଭାବେ ପ୍ରଭାବିତ ହେବେ ବୋଲି ଅଭିଯୋଗ ହୋଇଛି। ଏଣୁ  ସରକାର ତୁରନ୍ତ ସିଏସ୍‌ପି ପ୍ଲସ୍ ଯୋଜନାରେ ପୁରୁଣା ଗ୍ରାହକ ସେବା କେନ୍ଦ୍ରଗୁଡ଼ିକୁ ଅନ୍ତର୍ଭୁକ୍ତ କରାଯିବା ଲାଗି ଶୁକ୍ରବାର ତିଗିରିଆ ବ୍ଲକ ଗ୍ରାହକ ସେବାକେନ୍ଦ୍ରର ସତ୍ତ୍ଵାଧୀକାରୀ ସଂଘର ସଭାପତି ବିଭୂତି ଭୂଷଣ ସ୍ଵାଇଁଙ୍କ ନେତୃତ୍ବରେ ରସାନନ୍ଦ ଦାସ, ଶିବ ପ୍ରସାଦ ସାହୁ, ଅଶୋକ କୁମାର ସାହୁ, ତପନ କୁମାର ପ୍ରଧାନ, ପ୍ରବୀଣ କୁମାର ସୁବୁଦ୍ଧି, ପ୍ରତାପ ଚନ୍ଦ୍ର ମାଝୀ, ଗିରିଜା ଭୂଷଣ ପଣ୍ଡା, ବେଣୁଧର ସାହୁ, ପ୍ରତାପ କୁମାର ଜୟସିଂ, ରତିକାନ୍ତ ପଣ୍ଡା ପ୍ରମୁଖ ତିଗିରିଆ ବିଡିଓଙ୍କ ଜରିଆରେ କଟକ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର  ପ୍ରଦାନ କରିଛନ୍ତି । ବ୍ଲକ ଅତିରିକ୍ତ ବିଡ଼ିଓ ଯାଜ୍ଞସେନୀ ଗୋଚ୍ଛାୟତ ଏହି ଦାବି ପତ୍ରକୁ ଗ୍ରହଣ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories