www.samajalive.in
Tuesday, December 9, 2025
17.1 C
Bhubaneswar

ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନସିପ, ପଦକ ଦୌଡ଼ରେ କିଶୋର

ବିଶ୍ବ ଆଥିଲେଟିକ୍ସ: ଓଡ଼ିଶାର କିଶୋର ଜେନା ଫାଇନାଲ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି। ଜାଭେଲିନ ଥ୍ରୋର ଫାଇନାଲ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି କିଶୋର ଜେନା। ୮୦.୫୫ ମିଟର ଜାଭେଲିନ ଫିଙ୍ଗି ଫାଇନାଲକୁ ଉନ୍ନୀତ ହୋଇଛନ୍ତି। ପ୍ରଥମ ଓଡ଼ିଆ ଭାବେ ବିଶ୍ବ ଆଥିଲେଟିକ୍ସ ଚାମ୍ପିଅ ଖେଳୁଛନ୍ତି କିଶୋର ଜେନା। ନୀରଜ ଚୋପ୍ରା ଓ ଡିପି ମନୁଙ୍କ ସହ କିଶୋର ଜେନା ଫାଇନାଲକୁ ଉନ୍ନୀତ ହୋଇଥିବା ଜଣାପଡ଼ିଛି।

ହଙ୍ଗେରୀର ବୁଡାପେଷ୍ଟରେ ଚାଲିଥିବା ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନସିପରେ ଚମକିଛନ୍ତି ଓଡ଼ିଆ ପୁଅ କିଶୋର ଜେନା। ଜାଭେଲିନ ଥ୍ରୋ ଇଭେଣ୍ଟରେ କିଶୋର ଫାଇନାଲରେ ରାଉଣ୍ଡରେ ପହଞ୍ଚିଛନ୍ତି। ଯୋଗ୍ୟତା ପର୍ଯ୍ୟାୟର ବି ଗ୍ରୁପରେ ଥିବା କିଶୋର ୮୦.୫୫ ମିଟର ଦୂରତାକୁ ଜାଭେଲିନ ଫିଙ୍ଗି ଶ୍ରେଷ୍ଠ ୧୨ରେ ରହିବାରେ ସଫଳ ହୋଇଛନ୍ତି। ଫାଇନାଲରେ ପ୍ରବେଶ କରିଥିବା ୧୨ ଜଣଙ୍କ ମଧ୍ୟରୁ ତାଲିକାର ୯ନଂ ସ୍ଥାନରେ ରହିଛନ୍ତି। କିଶୋର ପ୍ରଥମ ଓଡ଼ିଆ ଭାବେ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପରେ ଭାଗ ନେଇଥିବା ବେଳେ ଏବେ ଫାଇନାଲରେ ପ୍ରବେଶ କରିଛନ୍ତି।

- Advertisement -

ଓଡ଼ିଶାର କିଶୋର ଜେନା ଭୁବନେଶ୍ୱରରେ ଅନୁଷ୍ଠିତ ଜାତୀୟ ସିନିୟର୍ ଆଥଲେଟିଲ୍ସ ଚମ୍ପିୟାନଶିପରେ ସ୍ୱର୍ଣ୍ଣ ପଦକ ଜିତି ଏସୀୟ କ୍ରୀଡ଼ାକୁ ଯୋଗ୍ୟତା ଅର୍ଜନ କରିଥିଲେ। ଏହାବାଦ ସେ ଲେବନାନ ଓ ଶ୍ରୀଲଙ୍କା ରେ ଅନୁଷ୍ଠିତ ଆଥଲେଟିକସ ଚମ୍ପିୟନଶିପରେ ଭାଗ ନେଇ ଦୁଇ ଦୁଇଟି ସ୍ୱର୍ଣ୍ଣ ପଦକ କବଜା କରିଥିଲେ। କିଶୋରଙ୍କ ଶ୍ରେଷ୍ଠ ପ୍ରଦର୍ଶନ ହେଉଛି ୮୪.୩୮ ମିଟର।
ତେଣୁ ଫାଇନାଲରେ ସେ ଭଲ ପ୍ରଦର୍ଶନ କରିବେ ବୋଲି ସମସ୍ତେ ଆଶା ରଖିଛନ୍ତ। ଏଥିସହ ୨୦୨୪ ପ୍ୟାରିସ ଅଲିମ୍ପିକ୍ସକୁ ଯୋଗ୍ୟତା ଅର୍ଜନ ପାଇଁ ୮୫.୫୦ ମିଟର ଦୂରତା ଧାର୍ଯ୍ୟ କରାଯାଇଛି। ଏହାକୁ କିଶୋର ଅତିକ୍ରମ କରିପାରିବେ ଓ ଅଲିମ୍ପିକ୍ସ ଖେଳିବାକୁ ମଧ୍ୟ ଯୋଗ୍ୟତା ଅର୍ଜନ କରିପାରିବେ ଆଶା କରାଯାଉଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories