www.samajalive.in
Monday, December 8, 2025
17.1 C
Bhubaneswar

ଅଧ୍ୟାପକ ସମେତ ଭିତ୍ତିଭୂମି ଅଭାବ ଧରଣୀଧର ବିଶ୍ୱବିଦ୍ୟାଳୟ ପାଇଁ ମୁଖ୍ୟ ସମସ୍ୟା

କେନ୍ଦୁଝରଗଡ଼: ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ଅନୁମୋଦନକ୍ରମେ ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟକୁ ଉନ୍ନୀତ କରାଯାଇ ଚଳିତବର୍ଷ ଜୁନ ୧ ତାରିଖରୁ ଧରଣୀଧର ବିଶ୍ୱବିଦ୍ୟାଳୟ ଭାବେ ଘୋଷଣା କରାଯାଇଛି। ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳସଚିବ ତଥା ଓଏସ୍‌‌ଡି ଭାବେ ଡ. ପ୍ରତାପ କୁମାର ମହାନ୍ତିଙ୍କୁ ନିଯୁକ୍ତି ଆଦେଶ ପରେ ଡ.ମହାନ୍ତି ଅଗଷ୍ଟ ୮ ତାରିଖରୁ ଯୋଗଦାନ କରି ଦାୟିତ୍ୱ ନିର୍ବାହ କରିଆସୁଛନ୍ତି। ଅଧ୍ୟାପକ ପଦ ଖାଲି ସାଙ୍ଗକୁ ଭିତ୍ତିଭୂମିର ଅଭାବ ନବଗଠିତ ଏହି ବିଶ୍ୱବିଦ୍ୟାଳୟ ପୂର୍ଣ୍ଣ କାର୍ଯ୍ୟକ୍ଷମ ପାଇଁ ଏକ ପ୍ରମୁଖ ସମସ୍ୟା ଭାବେ ଛିଡା ହୋଇଥିବା ବେଳେ କିଭଳି ଏହି ସମସ୍ୟାରୁ ମୁକୁଳି ଏହାକୁ ଏକ ଉତ୍କର୍ଷକେନ୍ଦ୍ର ଭାବେ ଗଢ଼ାଯାଇ ପାରିବ ସେନେଇ ବିଶ୍ୱବିଦ୍ୟାଳୟର ଓଏସ୍‌‌ଡି ଡ.ମହାନ୍ତି ଶୁକ୍ରବାର ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହଯୋଗ କାମନା କରିଛନ୍ତି। ବିଶ୍ୱବିଦ୍ୟାଳୟ ଗଠନ ପୂର୍ବରୁ ଏହି ମହାବିଦ୍ୟାଳୟରେ ପୂର୍ବରୁ ମାତ୍ର ୪ଟି ବିଷୟରେ ସ୍ନାତକୋତ୍ତର ଶିକ୍ଷାଦାନ ଚାଲିଥିବା ବେଳେ ବିଶ୍ୱବିଦ୍ୟାଳୟ ଘୋଷଣା ପରେ ଚଳିତବର୍ଷଠାରୁ ୧୭ଟି ରେଗୁଲାର ଓ ୩ଟି ସେଲ୍ଫ ଫାଇନାନ୍ସିଂ ବିଷୟକୁ ମିଶାଇ ମୋଟ ୨୦ଟି ବିଷୟରେ ସ୍ନାତକୋତ୍ତର ଶିକ୍ଷାଦାନ ଚଳିତମାସ ୨୧ ତାରିଖରୁ ଆରମ୍ଭ ହୋଇଛି। କେବଳ ସ୍ନାତକୋତ୍ତର ଶିକ୍ଷାଦାନ ପାଇଁ ପ୍ରତି ବିଷୟରେ ଜଣେ ପ୍ରଫେସର, ୨ଜଣ ଆସୋସିଏଟ ପ୍ରଫେସର ଓ ୪ଜଣ ଆସିଷ୍ଟାଣ୍ଟ ପ୍ରଫେସରଙ୍କ ଆବଶ୍ୟକତା ଥିବାବେଳେ ଅଦ୍ୟାବଧି ବିଶ୍ୱବିଦ୍ୟାଳୟ ପାଇଁ ଜଣେ ମଧ୍ୟ ଟିଚିଂ ଷ୍ଟାଫ ନିଯୁକ୍ତି ହୋଇନଥିବାରୁ କିଭଳି ଶିକ୍ଷାଦାନ କରାଯିବ ତାହା ପ୍ରମୁଖ ସମସ୍ୟା ଭାବେ ଛିଡା ହୋଇଛି ବୋଲି ଓଏସ୍‌‌ଡି ଡ.ମହାନ୍ତି କହିଥିଲେ।

ବିଶ୍ୱବିଦ୍ୟାଳୟରେ ଯୁକ୍ତ ୨, ଯୁକ୍ତ ୩ ଓ ସ୍ନାତ୍ତକୋତ୍ତର ବିଭାଗକୁ ମିଶାଇ ମୋଟ ୫୦୦୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଶିକ୍ଷାଗ୍ରହଣ କରୁଥିବା ବେଳେ ସ୍ଥାୟୀ ଓ ଆଡହକ୍‌‌ ନିଯୁକ୍ତିକୁ ମିଶାଇ ମୋଟ ୫୩ଜଣ ଏବଂ ଚୁକ୍ତିଭିତ୍ତିକ ୨୩ଜଣ ଅଧ୍ୟାପକଙ୍କୁ ନେଇ ଚାଲିଛି ଶିକ୍ଷାଦାନ। ଆହୁରି ୨୦୦ରୁ ଊର୍ଦ୍ଧ୍ବ ଅଧ୍ୟାପକ ନିଯୁକ୍ତି ଆବଶ୍ୟକତା ଥିବାବେଳେ ଏ ସମ୍ପର୍କରେ ରାଜ୍ୟ ସରକାର ଓ ଉଚ୍ଚଶିକ୍ଷା ବିଭାଗ ସହ ପତ୍ରାଳାପ ଜାରି ରଖିଥିବା ଡ.ମହାନ୍ତି କହିଛନ୍ତି। ସେହିଭଳି ନବଗଠିତ ଏହି ବିଶ୍ୱବିଦ୍ୟାଳୟ ଅଧିନରେ ଜିଲାର ୩୮ଟି ଡିଗ୍ରୀ ମହାବିଦ୍ୟାଳୟ ଅର୍ନ୍ତଭୁକ୍ତ ଥିବାବେଳେ ମାତ୍ର ୪ଜଣ ନନ୍‌‌ଟିଚିଂ କର୍ମଚାରୀ ଥିବାରୁ ବିଶ୍ୱବିଦ୍ୟାଳୟ ପରିଚାଳନା ସହ ଦୈନନ୍ଦିନ କାର୍ଯ୍ୟ ତୁଲାଇବା କାଠିକର ପାଠ ହୋଇଥିବାରୁ ତୁରନ୍ତ ଆବଶ୍ୟକ ନନ୍‌‌ଟିଚିଂ କର୍ମଚାରୀ ମଧ୍ୟ ଯୋଗାଇ ଦେବାକୁ ଡ. ମହାନ୍ତି ଉଚ୍ଚ ଶିକ୍ଷା ବିଭାଗର ଅନୁମୋଦନ ଲୋଡିଥିବା କହିଛନ୍ତି। ଏଥିସହ ବିଶ୍ୱବିଦ୍ୟାଳୟ ଭିତ୍ତିଭୂମି ସୁଦୃଢ଼ ନିମନ୍ତେ ୨.୨୫କୋଟି ଟଙ୍କା ପୂର୍ବରୁ ମଞ୍ଜୁର ହୋଇ ସାରିଥିବା ବେଳେ ଅଧିକ ସଂଖ୍ୟକ ଛାତ୍ରାବାସ ଓ ଛାତ୍ରୀନିବାସ ସାଙ୍ଗକୁ ମାଷ୍ଟରପ୍ଲାନ ଅନୁମୋଦନ ହୋଇ କିଭଳି ପ୍ରଶାସନିକ ଓ ଏକାଡେମିକ ଭବନ ନିର୍ମାଣ କରାଯାଇ ବିଶ୍ୱବିଦ୍ୟାଳୟକୁ ଏକ ଉତ୍କର୍ଷକେନ୍ଦ୍ରରେ ପରିଣତ କରାଯାଇପାରିବ ସେ ନେଇ ଜିଲା ପ୍ରଶାସନ ସମେତ ଜିଲାର ସମସ୍ତ ବର୍ଗର ଜନସାଧାରଣଙ୍କ ସମ୍ମିଳିତ ଉଦ୍ୟମ ଲୋଡା ବୋଲି ଡ.ମହାନ୍ତି ସହଯୋଗ ଲୋଡିଛନ୍ତି।

- Advertisement -

ବିଶେଷକରି ବିଶ୍ୱବିଦ୍ୟାଳୟ ଅଧିନରେ କାର୍ଯ୍ୟକ୍ଷମ ଯୁକ୍ତ ୨ ବିଭାଗକୁ କିଭଳି ପୃଥକୀକରଣ କରାଯିବା ସହ ଅଧିକ ଶ୍ରେଣୀଗୃହ ଯୋଗାଇ ଦିଆଯାଇ ପାରିଲେ ସ୍ନାତ୍ତକ ଓ ସ୍ନାତ୍ତକୋତ୍ତର ଶିକ୍ଷାଦାନ ସୁରୁଖୁରୁରେ ହୋଇପାରନ୍ତା ବୋଲି ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳସଚିବ ନରେନ୍ଦ୍ର କୁମାର ସାହୁ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ଏହା କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories