www.samajalive.in
Monday, December 15, 2025
16.1 C
Bhubaneswar

ଅତାବିରା ଗୋଷ୍ଠୀ ଶିକ୍ଷା କେନ୍ଦ୍ରରୁ ସ୍ମାର୍ଟ ଟିଭି ଚୋରି

ରେଙ୍ଗାଲିକ୍ୟାମ୍ପ : ଅତାବିରା ଗୋଷ୍ଠୀ ଶିକ୍ଷା କେନ୍ଦ୍ରରୁ ସ୍ମାର୍ଟ ଟିଭି ଚୋରି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଘଟଣା ସୂତ୍ରରୁ ଜଣା ପଡ଼ିଛି ଯେ ପ୍ରତିଦିନ ଭଳି ଗୁରୁବାର ସକାଳ ୯ ଟା ରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଝସକେତନ୍ ବିଶ୍ଵାଳ ଗେଟ ଖୋଲିବା ପାଇଁ ଯିବା ବେଳକୁ ଦେଖିଲେ ବାହାରେ ତାଲାଟିଏ ପଡ଼ିଥିଲା ଓ ମୁଖ୍ୟ ସଟର ବିଶିଷ୍ଟ ଗେଟ ବନ୍ଦ ଥାଇ ଭଙ୍ଗା ତାଲାଟି ଲଟକିଥିଲା। ଏହା ଦେଖି ସେ ଗୋଷ୍ଠୀ ଶିକ୍ଷା ଅଧିକାରୀ ମିଶ୍ରାଣୀ କୁମ୍ଭାର ତଥା ଅତିରିକ୍ତ ଶିକ୍ଷା ଅଧିକାରୀ କାର୍ତ୍ତିକ ବାଗଙ୍କୁ ଫୋନ କରି ଜଣାଇଥିଲେ। ଖବର ପାଇ ଅଧିକାରୀ ମାନେ ପହଞ୍ଚିବା ପରେ ଅଫିସ ତାଲା ମଧ୍ୟ ଭଙ୍ଗାଯାଇଥିବା ଓ ସେଠାରେ ଥିବା ୩୨ ଇଞ୍ଚର ଏକ ନୂଆଁ ସ୍ମାର୍ଟ ଟିଭି ଚୋରି ହୋଇଥିଲା, ଯାହା ସରକାରଙ୍କ ପକ୍ଷରୁ ଆସିଥିଲା ବିଦ୍ୟାଳୟକୁ ଦେବା ପାଇଁ। ଆସିଥିବା ୨୧ଟି ଟିଭି ସବୁ ବିଦ୍ୟାଳୟ ଗୁଡ଼ିକୁ ଦିଆ ସରିଥିବା ବେଳେ ଏହି ଗୋଟିଏ ଖାଲି ରହିଥିଲା, ଯାହା ଚୋରଙ୍କ ନଜରରେ ପଡି ଯାଇଥିଲା। ରାତ୍ରି ଜଗୁଆଳି ନଥିବା ଯୋଗୁଁ ଏମିତି ଘଟଣା ଘଟୁଛି ବୋଲି ଶିକ୍ଷାଧିକାରୀ ପ୍ରକାଶ କରିଛନ୍ତି । ଏହି ଘଟଣାକୁ କେନ୍ଦ୍ର କରି ଅତାବିରା ଥାନାରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଏକ ଲିଖିତ ଅଭିଯୋଗ କରିଥିଲେ। ଥାନା ଅଧିକାରୀ ସୁକୁମାର ତ୍ରିପାଠୀଙ୍କ ନିର୍ଦ୍ଦେଶ କ୍ରମେ ଏକ ପୁଲିସ ଦଳ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ ପହଞ୍ଚି ସମସ୍ତ ଘଟଣା ସଂପର୍କରେ ପଚାରି ବୁଝି ତଦନ୍ତ ଆରମ୍ଭ କରିଥିବା ଜଣା ପଡ଼ିଛି।

Hot this week

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

Related Articles

Popular Categories