www.samajalive.in
Sunday, December 14, 2025
23.1 C
Bhubaneswar

କଂଗ୍ରେସର ମହା ମିଶ୍ରଣ ପର୍ଵ, ହାତ ଧରିଲେ ହୃଷିକେଶ, ମିଶିଲେ ୬ ଶହ କର୍ମୀ

ପାଟଣା :  ପାଟଣା ବ୍ଲକର ରାଜନଗର ଠାରେ ପାଟଣା ବ୍ଲକ କଂଗ୍ରେସ ପକ୍ଷରୁ ବ୍ଲକ କଂଗ୍ରେସ ସଭାପତି ଶତ୍ରୁଘ୍ନ ସିଂହଙ୍କ ଆବାହକତ୍ଵରେ ଗୁରୁବାର ମହା ମିଶ୍ରଣ ପର୍ଵ ଅନୁଷ୍ଠିତ ହୋଇଛି । ଏଥିରେ ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୂର୍ବତନ ପାଟଣା ବିଧାୟକ ହୃଷିକେଶ ନାଏକଙ୍କୁ ପୁଷ୍ପଗୁଛ ଓ ଫୁଲ ହାର ପିନ୍ଧାଇ ଦଳକୁ ସ୍ୱାଗତ କରିବା ସହ ସେ କଂଗ୍ରେସ ଦଳରେ ଥିଲେ ଓ ଏବେ ଫେରିଲେ ବୋଲି କହିବା ସହ ହୃଷିକେଶ ,ବିନୋଦ ଓ ଗୌରହରୀ ମିଳିମିଶି କଂଗ୍ରେସ ପାଇଁ କାମ କଲେ ପାଟଣାରେ କଂଗ୍ରେସର ବିଜୟ ବାନା ଉଡିବ ବୋଲି ମତ ରଖିଥିଲେ। ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ତାଙ୍କ ବକ୍ତବ୍ୟରେ ଉଭୟ ଓ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିବା ସହ କେନ୍ଦ୍ର ସରକାର ଦେଶକୁ ଓ ରାଜ୍ୟ ସରକାର ଓଡିଶାକୁ ବିକ୍ରି  କରିଦେବା ସ୍ଥିତିକୁ ନେଇ ଯାଇଛନ୍ତି ବୋଲି କହିଥିଲେ । ଜିଲ୍ଲା କଂଗ୍ରେସ ସଭାପତି ମୋହନ ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ମହା ମିଶ୍ରଣ ପର୍ଵରେ କଂଗ୍ରେସ ସେବାଦଳର ଜିଲ୍ଲା ମୁଖ୍ୟ ବିରଭଦ୍ର ମହାନ୍ତ ସ୍ୱାଗତ ଭାଷଣ ଦେଇଥିଲେ। ବ୍ଲକ କଂଗ୍ରେସ ସଭାପତି ଶତ୍ରୁଘ୍ନ ସିଂହ ଅତିଥି ପରିଚୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଦୁଇ ପୂର୍ବତନ ପିସିସି ସଭାପତିଙ୍କ ସହ ପାଟଣା ନିର୍ବାଚନ ମଣ୍ଡଳୀର ପୂର୍ବତନ କଂଗ୍ରେସ ପ୍ରାର୍ଥୀ ଇଂ ବିନୋଦ ବିହାରୀ ନାଏକ, କଂଗ୍ରେସ ନେତା ଆଲୋକ ମିଶ୍ର, ସୁଦର୍ଶନ ପାଇକରାୟ, ଶିବକୁମାର ବେହେରା, ଗୋକୁଳ ଚନ୍ଦ୍ର ମହାନ୍ତ, ପୁର୍ବତନ ଜିଲ୍ଲା ସଭାପତି ବିପ୍ଳବ ମିଶ୍ର, ଯଦୁମଣି ବାରିକ,ମୁକୁନ୍ଦ ମହାନ୍ତ, ଇଂ ବିଦ୍ୟାଧର ଦାଶ,ବସନ୍ତ କୁମାର ମିଶ୍ର, ମାନସିଂ ମୁଣ୍ଡା,ଚିତ୍ତରଞ୍ଜନ ରାଉତ ପ୍ରମୁଖ ବହୁ କଂଗ୍ରେସ ର ବରିଷ୍ଠ କର୍ମୀ ମିଶ୍ରଣ ପର୍ବରେ ସାମିଲ ଥିଲେ ।
ସୂଚନା ଯୋଗ୍ୟ ଯେ  ଶ୍ରୀ ନାଏକ ଶିକ୍ଷକତା ଚାକିରି  ଛାଡି ୧୯୮୦ରେ  ଲୋକ ଦଳ ଟିକଟରୁ ଜିତି ପାଟଣା ବିଧାୟକ ହୋଇଥିଲେ । ୧୯୮୫  ଓ ୯୫ରେ ୨ ଥର କଂଗ୍ରେସ ଟିକଟ ରୁ ନିର୍ବାଚନ ଲଢ଼ି  ପାଟଣା ନିର୍ଵାଚନ ମଣ୍ଡଳୀର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।  ଏହାପରେ ସେ ୨୦୦୪ ରେ କଂଗ୍ରେସରୁ ଟିକେଟ ନପାଇ ନିରାଶ ହୋଇ ସ୍ୱାଧୀନ ଭାବେ ଲଢ଼ି ପରାଜୟ ବରଣ କରିଥିଲେ । ୨୦୦୭ ମସିହାରେରେ ବିଦ୍ଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେବା ପରେ କ୍ରମାଗତ ୨୦୦୯ ଓ ୨୦୧୪ରେ ବିଜେଡି ଟିକେଟରୁ ବିଜୟ ଲାଭ କରି ପାଟଣା ନିର୍ବାଚନ ମଣ୍ଡଳୀର ବିଧାୟକ ହୋଇଥିଲେ।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories