ବିଜେପି ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ୧୧ଦଫା ଦାବୀପତ୍ର ପ୍ରଦାନ 

ରେଙ୍ଗାଲି : ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ଲଇଡା ବିଜେପି ମଣ୍ତଳ ପକ୍ଷରୁ ଏକ ଜନ ଆନ୍ଦୋଳନ କରାଯାଇ ବିଭିନ୍ନ ସମସ୍ୟା ସମ୍ବଳିତ ୧୧ଦଫା ଦାବୀ ପୂରଣ ପାଇଁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କରାଯାଇଛି। ପଞ୍ଚାୟତ ନିର୍ବାହୀ ଅଧିକାରୀ ଅନୁପସ୍ଥିତ ଥିବାରୁ ଗ୍ରାମ ରୋଜଗାର ସେବକ ସଞ୍ଜୟ ସାହୁଙ୍କ ଜରିଆରେ ଦାବୀପତ୍ର ପ୍ରଦାନ କରାଯାଇଥିବା ଜଣାପଡିଛି।
prayash
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ଘର ଯୋଗାଇ ଦେବା, ଘର ନିର୍ମାଣ ସମୟ ୪ ମାସ ପରିବର୍ତ୍ତେ ୬ମାସ ବୃଦ୍ଧି କରାଯିବା, ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ ଏବଂ ଖାଉଟି କାର୍ଡ ଯୋଗାଇବା, ଅଘୋଷିତ ବିଦ୍ୟୁତ କାଟ ବନ୍ଦ କରାଯିବା ଅନ୍ୟ ରାଜ୍ୟ ଭଳି ଚାଷ କାମରେ ବ୍ୟବହାର ହେଉଥିବା ବିଦ୍ୟୁତର ଶୁଳ୍କ ଛାଡ, ବନ୍ଦ ଥିବା ପ୍ରାଥମିକ ବିଦ୍ୟାଳୟ ପୁନର୍ବାର ଖୋଲାଯାଇ ଶିକ୍ଷକ ନିଯୁକ୍ତି, ଧାନ ବିକ୍ରିରେ ଟୋକନ୍ ବ୍ୟବସ୍ଥାର ଉଚ୍ଛେଦ, ଚାଷୀ ଉତ୍ପାଦନ କରୁଥିବା ସମସ୍ତ ଧାନ କିଣିବାର ବ୍ୟବସ୍ଥା କରାଯିବା, ଆବାସ ଯୋଜନାରେ ଘର ପାଇଥିବା ଭୂମିହୀନଙ୍କୁ ୪ଡେସମିଲ୍ ଜମି ପ୍ରଦାନ କରିବା। ପଞ୍ଚାୟତକୁ ସରକାର ଦେଇ ଥିବା ୫୦ଲକ୍ଷ ଟଙ୍କା ଅନୁଦାନର ଯୋଜନା ପଲ୍ଲୀସଭାରେ ଅନୁମୋଦନ କରାଯାଉ ବୋଲି ଦାବୀପତ୍ରରେ ଉଲ୍ଲେଖ କରାଯାଇଛି । ଆନ୍ଦୋଳନରେ ବିଜେପି ଲଇଡା ମଣ୍ତଳ ସଭାପତି ପ୍ରକାଶ ପୃଷ୍ଟି, ସମ୍ପାଦକ ନରେଶ ତଣ୍ଡିଆ, ମଣ୍ତଳ ପ୍ରମୁଖ ରାମକୃଷ୍ଣ ଦାସ, ଲଇଡା ସରପଞ୍ଚ ଜୋସ୍ନା ସା, ପଞ୍ଚାୟତ ପ୍ରମୁଖ ସନ୍ତୋଷ ଶର୍ମା, ରୋଶନ ଲାଲ ସାହୁ, ନନ୍ଦକିଶୋର ମକର, ସେବକରାମ ରୋହିଦାସ, ନିର୍ମଳ ସାହୁ, ଡିଲେଶ୍ବର ରଣା, ତପନ ବେହେରା, ଯୋଗେନ୍ଦ୍ର ଷଣ୍ଢ, କାହ୍ନୁଚରଣ ପୃଷ୍ଟି ପ୍ରମୁଖ ନେତୃତ୍ବ ନେଇ ଥିଲେ।

Comments are closed.