ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଭୁବନେଶ୍ୱର କ୍ଷେତ୍ର ପକ୍ଷରୁ ବ୍ୟବସାୟ ବିକାଶ ଅଭିଯାନ
ଭୁବନେଶ୍ୱର : ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ରିଟେଲ୍ ଗ୍ରାହକମାନଙ୍କ ପାଇଁ ଏକ ବ୍ୟବସାୟ ବିକାଶ ଅଭିଯାନ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର କେନ୍ଦ୍ରୀୟ କାର୍ଯ୍ୟାଳୟ, ମୁମ୍ବାଇର ମହାପ୍ରବନ୍ଧକ ହୃଷିକେଶ ମିଶ୍ର, ଭୁବନେଶ୍ୱର ଅଞ୍ଚଳର ମହାପ୍ରବନ୍ଧକ ତଥା ଆଞ୍ଚଳିକ ମୁଖ୍ୟ ସର୍ଭେଶ ରଞ୍ଜନ, ଭୁବନେଶ୍ୱର କ୍ଷେତ୍ରର ଉପ-ମହାପ୍ରବନ୍ଧକ ତଥା କ୍ଷେତ୍ରୀୟ ମୁଖ୍ୟ ନିରଞ୍ଜନ ବାରିକ, ସହାୟକ ମହାପ୍ରବନ୍ଧକ ତଥା ପାୱାର କମିଟି ଚେୟାରମ୍ୟାନ୍ ସନ୍ଦୀପ ଦାସ ମହାପାତ୍ରଙ୍କ ସମେତ ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟର ଅନ୍ୟାନ୍ୟ ଅଧିକାରୀଗଣ, ଏମ୍ଏଲ୍ପି ଭୁବନେଶ୍ୱର, ଆର୍ଏଲ୍ପି ଭୁବନେଶ୍ୱର, ଭୁବନେଶ୍ୱର ସହରାଞ୍ଚଳ ଶାଖାର ଶାଖା ମୁଖ୍ୟଗଣ, ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟର କର୍ମଚାରୀଗଣ ଏବଂ ଭୁବନେଶ୍ୱର ସହର ଅଧିନସ୍ଥ ବିଭିନ୍ନ ଶାଖାର ବହୁ ଗ୍ରାହକବୃନ୍ଦ ଉପସ୍ଥିତ ଥିଲେ ।
ଏହି କାର୍ଯ୍ୟକ୍ରମରେ ମହାପ୍ରବନ୍ଧକ ଶ୍ରୀ ମିଶ୍ର ଗ୍ରାହକମାନଙ୍କ ଉନ୍ନତି ପାଇଁ ବ୍ୟାଙ୍କ ଦ୍ୱାରା ଆରମ୍ଭ ହୋଇଥିବା ନୂତନ ଉତ୍ପାଦ ବିଷୟରେ ସେମାନଙ୍କୁ ଅବଗତ କରିଥିବା ସହ ବ୍ୟାଙ୍କିଙ୍ଗ୍ ସେବାକୁ ଅଧିକ ପ୍ରଭାବଶାଳୀ କରିବାକୁ ଅଧିକ ମତାମତ ଦେବା ପାଇଁ ଅନୁରୋଧ କରିଥିଲେ । ଏହି ଅବସରରେ ସମୁଦାୟ ୧୧ କୋଟି ଟଙ୍କାର ଋଣ ମଞ୍ଜୁର କରାଯାଇଥିବା ବେଳେ ୭.୬୩ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଥିଲା
Comments are closed.