www.samajalive.in
Sunday, December 7, 2025
14.1 C
Bhubaneswar

ସାପ କାମୁଡ଼ାରେ ଯୁବକ ମୃତ

କଲ୍ୟାଣସିଂହପୁର : ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ କୁମ୍ଭାରଗୁଡା ଛକରେ ଥିବା ଅସ୍ଥାୟୀ କ୍ୟାମ୍ପରେ ସାପ କାମୁଡ଼ାରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, କୁମ୍ଭାରଗୁଡା ଛକରେ ୱାଟର ସେଡ ତରଫରୁ ପାଇପ ଲାଇନ ବିଛାଇବା ପାଇଁ କିଛି ଶ୍ରମିକ ଏକ ଘରେ ଅସ୍ଥାୟୀ କ୍ୟାମ୍ପ କରି ରହି ଆସୁଥିବାବେଳେ ରାତ୍ର ସମୟରେ ଧୋଡୁ ସ୍ୱାଇଁ( ୫୮) ପରିସ୍ରା କରିବାକୁ ବାହାରି ଥିଲେ । ଏହି ସମୟରେ ଏକ ବିଷଧର ସାପ ଆସି ଧୋଡୁ ସ୍ୱାଇଁକୁ କାମୁଡି ଦେଇଥିଲା । ସାପ କାମୁଡ଼ିବା କଥା ସେ ତାଙ୍କ ଭାଇଙ୍କୁ କହିଥିଲେ । ପରେ  ସଙ୍ଗେ ସଙ୍ଗେ ଏକ ଗାଡ଼ିରେ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଡାକ୍ତର ସୌଭାଗ୍ୟ କୁମାର ହୁଈ ପ୍ରାଥମିକ ଚିକିତ୍ସା କରିଥିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା ବୋଲି ସୂଚନା ଦେଇଛନ୍ତି । ମୃତ ଧୋଡୁ ସ୍ୱାଇଁଙ୍କ ଘର ପୁରୀ ଜିଲା ସତ୍ୟବାଦୀ ବ୍ଲକ ବାଗଲପୁର ବୋଲି ଜଣାପଡିଛି । ଉକ୍ତ ଖବର ପାଇ ସ୍ଥାନୀୟ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ତଦନ୍ତ ଚଳାଉଥିବା ଜଣାପଡ଼ିଛି । ମୃତ ବ୍ୟକ୍ତିଙ୍କ ପରିବାର ଲୋକେ ଆସିଲେ ଶବ ବ୍ୟବଚ୍ଛେଦ କରି ହସ୍ତାନ୍ତର କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି ।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories