www.samajalive.in
Monday, December 15, 2025
24.1 C
Bhubaneswar

ଗୋମାଂସ ବୋଝେଇ ଟ୍ରକ ସହିତ ୨ ଅଟକ

ଗୁରୁଡିଝାଟିଆ : ଖୁଣ୍ଟୁଣୀ ପୁଲିସ ଗୋମାଂସ ବୋଝେଇ ଟ୍ରକକୁ ଜବତ କରିବା ସହ ୨ଜଣଙ୍କୁ ଅଟକ ରଖିଛି । ଅଟକ ଅଭିଯୁକ୍ତଦ୍ୱୟ ମହାରାଷ୍ଟ୍ରର ବାସିନ୍ଦା ହୋଇଥିବା ବେଳେ ସେମାନଙ୍କ ନାମ ଟୁକାରାମ ବିଶ୍ୱନାଥ ଗାଏକ୍ୱାଡ ହୋଇଥିବା ବେଳେ ଅନ୍ୟଜଣଙ୍କ ନାମ ସତାବର ଅଲତାଫ। ଗତକାଲି ବିଳମ୍ବିତ ରାତିରେ ଖୁଣ୍ଟୁଣୀ ଥାନା ଅଧିକାରୀ ଭବାନୀ ଶଙ୍କର ଖୁଣ୍ଟିଆ ପାଟ୍ରୋଲିଂ କରୁଥିବା ବେଳେ ଆଠଗଡ ଆଡୁ କଟକ ପାର୍ଶ୍ବକୁ ଆସୁଥିବା ଟ୍ରକକୁ ସନ୍ଦେହ ହେବାରୁ ଅଟକାଇଥିଲେ। ହେଲେ ଟ୍ରକ ଚାଳକ ଦୃତଗତିରେ ପୁଲିସର ଇସାରାକୁ ନ ମାନି ପଳାଇଥିଲା। ଏହାପରେ ଥାନା ଅଧିକାରୀ ଶ୍ରୀ ଖୁଣ୍ଟିଆ ଟ୍ରକକୁ ପିଛା କରି ହଠାତ୍ ଟ୍ରକ ଆଗରେ ପୁଲିସ ଗାଡିକୁ ରଖି ଦେଇଥିଲେ । ଅନ୍ୟ ଉପାୟ ନ ପାଇ ଟ୍ରକ ଚାଳକ ଗାଡି ରଖିବା ପାଇଁ ବାଧ୍ୟ ହୋଇଥିଲେ। ଥାନା ଅଧିକାରୀ ପଚରା ଉଚରା କରିବାରୁ ଜାଣିବାକୁ ପାଇଥିଲେ ଟ୍ରକରେ ଗୋମାଂସ ବୋଝେଇ ହୋଇଛି। ଟ୍ରକକୁ ଥାନାକୁ ଆଣିବା ସହିତ ଚାଳକ ଓ ହେଲପରକୁ ଅଟକ ରଖିଥିଲେ । ପ୍ରାଥମିକ ତଦନ୍ତରୁ ପୁଲିସ ଜାଣିବାକୁ ପାଇଛି ତିଗିରିଆ ଅଞ୍ଚଳରୁ ଗୋମାଂସ ବୋଝେଇ ଟ୍ରକଟି କଲକତା ଯାଉଥିଲା। ଏହା ଆଜି ନୁହେଁ ବିଭିନ୍ନ ସମୟରେ ୫୫ ନଂ ଜାତୀୟ ରାଜପଥ ଦେଇ ନିୟମିତ୍ତ ଗୋମାଂସ ଚାଲାଣ ହେଉଥିବା ଜାଣିବାକୁ ପାଇଛନ୍ତି । ଏଭଳି ଚଢଉ ବାରମ୍ବାର କରାଯିବ ବୋଲି ଶ୍ରୀ ଖୁଣ୍ଟିଆ ସମାଜକୁ କହିଥିଲେ।

Hot this week

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

Related Articles

Popular Categories