www.samajalive.in
Monday, December 15, 2025
27.1 C
Bhubaneswar

ଶ୍ରାବଣ ୩ୟ ସୋମବାର ; ପ୍ରାୟ ୪୦ହଜାର କାଉଡିଆ ପ୍ରଭୁ ଧବଳେଶ୍ୱରଙ୍କୁ ଜଳଲାଗି କଲେ

ଗୁରୁଡିଝାଟିଆ : ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରରେ ରାତି ୨ଟାରୁ ପହଡ ଖୋଲାଯାଇ ଆଳତୀ ,ସ୍ନାନ ନୀତିକାର୍ଯ୍ୟ ସଂପନ୍ନ କରାଯିବା ପରେ ରାତି ସାଢେ ୨ଟାରେ କାଉଡିଆଙ୍କ ଜଳଲାଗି ପାଇଁ ବ୍ୟବସ୍ଥା କରାଯାଇଥିଲା । ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଆଠଗଡ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଦେବୋତ୍ତର ସୁପରଭାଇଜର ଭବାନୀ ଶଙ୍କର ପଣ୍ଡାଙ୍କ ଉପସ୍ଥିତିରେ ନୀତିପାଳିଆ ସୁନିଲ ପତ୍ରୀ ପ୍ରଭୁଙ୍କ ନୀତିକାର୍ଯ୍ୟ ସମାପନ କରିଥିଲେ। ଦିନ ତମାମ କାଉଡିଆ ଓ ଶ୍ରଦ୍ଧାଳୁମାନେ ଧାଡି କରି ପ୍ରଭୂଙ୍କ ଦର୍ଶନ କରିବା ସହିତ ଜଳଲାଗି କରିଥିଲେ।

- Advertisement -

ଆଇନଶୃଙ୍ଖଳା ତଦାରଖ ପାଇଁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମିହିର କୁମାର ପଣ୍ଡା ଅନୁଧ୍ୟାନ କରିଥିବା ବେଳେ ପୀଠରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ କେ.ପି ପଟ୍ଟନାୟକ , ଅନ୍ୟତମ ଆରକ୍ଷୀ ଅଧିକ୍ଷକ ଦେବଦତ୍ତ ବରାଳ, ଡିଏସପି ସ୍ମୃତିରଞ୍ଜନ କର, ଚୌଦ୍ୱାର ଏସଡିପିଓ ଉମାକାନ୍ତ ନାୟକ, ଗୁରୁଡିଝାଟିଆ ଥାନା ଅଧିକାରୀ ହେମନ୍ତ କିସାନ, ଆରକ୍ଷୀ ନିରୀକ୍ଷକ ଯୁଗଳ କିଶୋର ଦାସ, ସସ୍ମୀତା ମଲ୍ଲିକ, ମାଜିଷ୍ଟ୍ରେଟ ମାନସ ରଞ୍ଜନ ବେହେରା ଓ ଆରକ୍ଷୀ କର୍ମଚାରୀମାନେ ଉପସ୍ଥିତ ରହିଥିଲେ। ତେବେ କାଉଡିଆମାନଙ୍କ ଠାରୁ ଜଳଲାଗି ପାଇଁ ୨୦ଟଙ୍କା ଲେଖାଏଁ ଆଦାୟ କରାଯାଇଥିବାରୁ ଅସନ୍ତୋଷ ବୃଦ୍ଧି ପାଇଛି । ଏ ସଂପର୍କରେ ଉପଜିଲ୍ଲପାଳ ଶ୍ରୀ ତରାଇଙ୍କୁ ପଚାରିବାରୁ ଏ ସଂକ୍ରାନ୍ତ ଦେବତ୍ତେର ବିଭାଗ ପକ୍ଷରୁ କୌଣସି ନିର୍ଦ୍ଦେଶ ନାହିଁ, ଅନୁଧ୍ୟାନ କରାଯିବ ବୋଲି କହିଥିଲେ।

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories