www.samajalive.in
Sunday, December 14, 2025
26.1 C
Bhubaneswar

ପଞ୍ଚାୟତସ୍ତରରୁ ଭ୍ରଷ୍ଟାଚାର ବିରୋଧୀ ଆନ୍ଦୋଳନ କରିବ ବିଜେପି

ଫୁଲବାଣୀ : ଫୁଲବାଣୀଠାରେ କନ୍ଧମାଳ ଜିଲ୍ଲା ଭାରତୀୟ ଜନତା ପାର୍ଟିର ଏକ ସ୍ୱତନ୍ତ୍ର ବୈଠକ ବସିଥିଲା। ରାଜ୍ୟ ବିଜେପିର ନିର୍ଦେଶ କ୍ରମେ ଜିଲ୍ଲା ସଭାପତି ଶ୍ରୀ ଜଗନ୍ନାଥ ସାହୁଙ୍କ ଅଧ୍ୟକ୍ଷତରେ  ଏହି ବୈଠକ ଅନୁଷ୍ଠିତ  ହୋଇଥିଲା। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି, ମନରେଗାରେ ଦୁର୍ନୀତି, ରାସ୍ତା କାମରେ ଦୁର୍ନୀତି, ୫-ଟି ଦୁର୍ନୀତି ଏମିତି ଅନେକ ଦୁର୍ନୀତି ତଥା ଭ୍ରଷ୍ଟାଚାର ବିରୁଦ୍ଧରେ ବିଜେପି ଆନ୍ଦୋଳନ କରିବ। ଚଳିତ ମାସ ୩୧ତାରିଖ ସୁଦ୍ଧା ଜିଲ୍ଲାର ସମସ୍ତ ୧୭୧ଗୋଟି ପଞ୍ଚାୟତ ସମ୍ମୁଖରେ ବିକ୍ଷୋଭ କରିବା ସହିତ ଘେରାଉ କରାଯିବାକୁ ସ୍ଥିର ହୋଇଛି। ରାଜ୍ୟ ଶାଖା ନିର୍ଦେଶ ପ୍ରକାରେ ପୂର୍ବତନ ମନ୍ତ୍ରୀ ତଥା ମହିଳା ନେତ୍ରୀ ସୁରମା ପାଢ଼ୀ ଏହି ବୈଠକରେ ଯୋଗ ଦେଇ ଆଗାମୀ ୨୫ ଓ ୨୬ ତାରିଖ ଦୁଇଦିନ ଧରି ସମଗ୍ର ଜିଲ୍ଲାରେ ଭୋଟର ସଚେତନତା କାର୍ଯ୍ୟକ୍ରମ କରିବାକୁ ଅନୁରୋଧ କରିବା ସହିତ ପଞ୍ଚାୟତ ସ୍ତରରେ ଆନ୍ଦୋଳନକୁ ଜୋରଦାର କରିବାକୁ ଆହ୍ୱାନ ଦେଇଥିଲେ।
ଏହି ବୈଠକରେ ଲୋକସଭା ସଂଯୋଜକ ତଥା ଜିଲ୍ଲା ଉପସଭାପତି ରମେଶ ମହାନ୍ତି,  ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପଦ୍ମ ଚରଣ ଦାସ, ଜିଲ୍ଲା ସାଧାରଣ ସମ୍ପାଦକ ମାନଗୋବିନ୍ଦ ପ୍ରଧାନ, ଦେବେନ୍ଦ୍ର କୁଦେଇ, ଲିଙ୍ଗରାଜ ଦଳବେହେରା, ପୌରଧ୍ୟକ୍ଷା ଶ୍ରୀମତୀ ସ୍ମିତାରାଣୀ ମହାନ୍ତି, ଜିଲ୍ଲା ଉପସଭାପତି ବିପିନ ପାତ୍ର, ଅଜିତ ପଟ୍ଟନାୟକ, ନମିତା ସାହୁ, ଝୁଲିମା ଦଳବେହେରା, ସୁଷମା ସାହୁ, ଜିଲ୍ଲା ମୋର୍ଚ୍ଚା ଗୁଡିକର ସଭାପତି ଅନନ୍ତ ଦିଗାଲ, ହରେନ ସାହୁ ଅବନେଶ୍ୱର କହଁର, ବିସିକେଶନ ପ୍ରଧାନ, ପ୍ରମୁଖ ଯୋଗ ଦେଇଥିଲେ। ଜିଲ୍ଲାର ପ୍ରାୟ ସମସ୍ତ ମଣ୍ଡଳ ସଭାପତି ଓ ଅନେକ ବରିଷ୍ଠ କାର୍ଯ୍ୟକର୍ତ୍ତା ମଧ୍ୟ ଯୋଗ ଦେବା ସହିତ ସକ୍ରିୟ ଅଂଶଗ୍ରହଣ କରିଥିଲେ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories