www.samajalive.in
Sunday, December 7, 2025
26.1 C
Bhubaneswar

ଓଡିଶାର ପ୍ରକୃତ ସ୍ଥାନଗୁଡିକରେ ସୁଟିଂ ହୋଇଛି ଦ ଜେଙ୍ଗାବୁରୁ ସିରିଜ୍‌

ଭୁବନେଶ୍ୱର : ଜାତୀୟ ଚଳଚିତ୍ର ପୁରସ୍କାର ବିଜେତା ନୀଳମାଧବ ପଣ୍ଡାଙ୍କ ପ୍ରଥମ ୱେବ୍‌ ସିରିଜ୍‌ ଏକ କ୍ଲାଇମେଟ୍‌ ଫିକ୍ସନ ଥ୍ରିଲର୍‌, ଦ ଜେଙ୍ଗାବୁରୁ କର୍ସ ପ୍ରାକୃତିକ ସଂଶାଧନ ଓ ଆଦିବାସୀ ଲୋକମାନଙ୍କ ବାସଭୂମିର ଅଧିକାରର ଶୋଷଣକୁ ଆଲୋକିତ କରୁଥିବା ଏକ କାହାଣୀ ଅଟେ । ଏହି ସିରିଜ୍‌ର ନିର୍ମାତା ତଥା ନିର୍ଦ୍ଦେଶକ ନୀଳମାଧବ ପଣ୍ଡା ଏହି କାହାଣୀ ପ୍ରତ୍ୟେକ ଦିଗରୁ ବାସ୍ତବ ଓ ପ୍ରାମାଣିକ ହେଉ ବୋଲି ଚାହୁଁଥିଲେ, ଏଥିପାଇଁ ଏହି ସିରିଜ୍‌କୁ ବିସ୍ତୃତ ଭାବେ ଓଡିଶାରେ ସୁଟିଙ୍ଗ୍‌ କରାଯାଇଥିଲା । ସିରିଜ୍‌ ପାଇଁ ଏକ ଆଦିବାସୀ ଭାଷା ସୃଷ୍ଟି କରାଯାଇଥିଲା । ସେ ପ୍ରକଳ୍ପ ପାଇଁ ପେସାଦାର ଅଭିନେତା ଓ ସାଧାରଣ ଲୋକଙ୍କର ଏକ ଟିମ୍‌ ସହ କାର୍ଯ୍ୟ କରିଥିଲେ । ନୀଳମାଧବଙ୍କ ମତରେ ବିଗତ ବର୍ଷଗୁଡିକରେ ତାଙ୍କ ନିଜ ରାଜ୍ୟ ଓଡିଶାରୁ ଏଭଳି କୌଣସି କାହାଣୀ ସାମ୍‌ନାକୁ ଆସିନଥିଲା । ତେଣୁ ଦ ଜେଙ୍ଗାବୁରୁ କର୍ସ ସହିତ ସେ ଓଡିଶାର ସମୃଦ୍ଧ ସଂସ୍କୃତି, ଐତିହ୍ୟ ଓ ସୌନ୍ଦର୍ଯ୍ୟତାକୁ ଆଲୋକିତ କରିବାକୁ ଚେଷ୍ଟା କରିଛନ୍ତି ।

ଦ ଜେଙ୍ଗାବୁରୁ କର୍ସର ସୁଟିଙ୍ଗ୍‌ ସମୟରେ ନୀଳମାଧବ ପଣ୍ଡା ଓ ତାଙ୍କ ଟିମ୍‌ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ । ନୀଳମାଧବ କହିଛନ୍ତି, ‘ମୁଖ୍ୟମନ୍ତ୍ରୀ ଏହା ଜାଣି ଖୁସି ହୋଇଥିଲେ ଯେ, ଆମେ କେବଳ ଭୁବନେଶ୍ୱର, କୋଣାର୍କ ଓ ରଘୁରାଜପୁରରେ ନୁହେଁ ବରଂ କେନ୍ଦୁଝର ଜିଲ୍ଲାରେ ମଧ୍ୟ ୨୦୦ ଲୋକଙ୍କର ଏକ ଟିମ୍‌ ସହ ମିଶି ସୁଟିଙ୍ଗ୍‌ କରିଛୁ । ଓଡିଶାରେ ୬୨ଟି ଜନଜାତି ବସବାସ କରୁଥିବା ବେଳେ ସେମାନଙ୍କର ନିଜସ୍ୱ ପରମ୍ପରା ଓ ସଂସ୍କୃତି ରହିଛି । ମୁଁ ସିରିଜ୍‌ରେ ସେହି ଆଦିବାସୀ ସଂସ୍କୃତିର ଏକ ଝଲକ ଦେଖାଇବାକୁ ଚେଷ୍ଟା କରିଛି । ଏହାବ୍ୟତୀତ ଆମେ ରାଜ୍ୟର ଏକ ପ୍ରାଚୀନ ମନ୍ଦିର ମଧ୍ୟରୁ ଅନ୍ୟତମ ଲିଙ୍ଗରାଜ ମନ୍ଦିରରେ ସୁଟିଂ କରିଥିଲୁ । ବିଶ୍ୱ ବିଦ୍ୟାଳୟ ହେଉ କିମ୍ବା ଏୟାରପୋର୍ଟ, ବସ୍‌ ଷ୍ଟାଣ୍ଡ୍‌ ଆମେ ପ୍ରକୃତ ସ୍ଥାନଗୁଡିକରେ ସୁଟିଂ କରିଛୁ । ମୁଁ ଏହି ସିରିଜ୍‌କୁ ବହୁଭାଷୀୟ କରିବା ପାଇଁ ନିଷ୍ପତି ନେଇଥିଲି କାରଣ ଷ୍ଟୋରିଟେଲିଂ ପାଇଁ ସତ୍ୟତା ଗୁରୁତ୍ୱପୂର୍ଣ୍ଣ ଅଟେ । ଆମେ ଏକାଧିକ ଆଦିବାସୀ ଭାଷା ଓ ଓଡିଆ ଭାଷାକୁ ମିଶାଇ ଏକ ବୋନ୍ଦ୍ରିଆ ଭାଷା ସୃଷ୍ଟି କରିଥିଲୁ । ଏହାଛଡା ପୂର୍ବରୁ କେବେ ଓଡିଶାର ପର୍ବତ, ନଦୀ ଓ ଐତିହ୍ୟଗୁଡିକୁ ଏତେମାତ୍ରାରେ କ୍ୟାପ୍‌ଚର କରାଯାଇନଥିଲା । ଏହା ହେଉଛି ଓଡିଶାରୁ ପ୍ରଥମ ପ୍ରମୁଖ ୱେବ୍‌ସିରିଜ୍‌ । ଏହି ସିରିଜ୍‌ ମାଧ୍ୟମରେ ମୁଁ ଭାରତୀୟ ଓ ଆନ୍ତର୍ଜାତୀୟ ଦର୍ଶକମାନଙ୍କ ନିକଟରେ ଓଡିଶାର ସୌନ୍ଦର୍ଯ୍ୟ ଓ ସଂସ୍କୃତିକୁ ପ୍ରଦର୍ଶିତ କରିବାକୁ ଚାହୁଁଛି ।’ ନିର୍ଦ୍ଦେଶକ ନୀଳମାଧବ ପଣ୍ଡା ଏହି ସିରିଜ୍‌ରେ ଅନେକ ଓଡିଆ ଅଭିନେତାଙ୍କ ସମେତ ବ୍ରିଟିଶ୍‌ ଅଭିନେତାଙ୍କୁ କାଷ୍ଟ୍‌ କରିଛନ୍ତି କାରଣ ତାହା ଷ୍ଟୋରିଟେଲିଂ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଥିଲା ।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories