mission shakti banner

ମଧ୍ୟପ୍ରଦେଶରେ ସରକାରୀ କର୍ମଚାରୀଙ୍କ ଅବସର ବୟସସୀମା ୬୨କୁ ବଢିବ

nua o banner
0

ଭୋପାଳ : ମଧ୍ୟପ୍ରଦେଶରେ କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କ ଅବସର ବୟସସୀମା ୬୨ ବର୍ଷକୁ ବୃଦ୍ଧି କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ସୂଚନା ଦେଇଛନ୍ତି। ବର୍ତ୍ତମାନ ରାଜ୍ୟରେ ପ୍ରାୟ ପାଞ୍ଚ ଲକ୍ଷ ସରକାରୀ କର୍ମଚାରୀ କାର୍ଯ୍ୟ କରୁଥିବାବେଳେ ସେମାନଙ୍କର ଅବସର ବୟସସୀମା ୬୦ ବର୍ଷ ଧାର୍ଯ୍ୟ କରାଯାଇଛି। ତେବେ ଏହି ନିଷ୍ପତ୍ତି ସମ୍ପର୍କରେ ଚୌହ୍ୱାନ ବିସ୍ତୁତଭାବେ କିଛି କହିନାହାନ୍ତି। ଅପରପକ୍ଷରେ ବିରୋଧୀ କଂଗ୍ରେସ ଦଳ ସରକାରଙ୍କ ଏହି ନିଷ୍ପତ୍ତିକୁ ତୀବ୍ର ସମାଲୋଚନା କରିଛି। ଏହାଦ୍ୱାରା ରାଜ୍ୟରେ ବେକାରୀ ସମସ୍ୟା ଆହୁରି ବୃଦ୍ଧି ପାଇବ ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି। ସରକାରୀ କର୍ମଚାରୀଙ୍କ ପଦୋନ୍ନତି ପ୍ରସଙ୍ଗ ବର୍ତ୍ତମାନ ସୁପ୍ରିମକୋର୍ଟଙ୍କ ବିଚାରାଧୀନ ରହିଥିବାରୁ ରାଜ୍ୟରେ ଏହା ସମ୍ଭବ ହେଉନାହିଁ ବୋଲି ଚୌହ୍ୱାନ କହିଛନ୍ତି।

Leave A Reply