ବୌଦ୍ଧ : ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଗୁରୁବାର ଜିଲ୍ଲାସ୍ତରୀୟ ଖରିଫ କୃଷିନୀତି ନିର୍ଦ୍ଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଖରିଫ କୃଷିନୀତି ନିର୍ଦ୍ଧାରଣ ବୈଠକରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ବସନ୍ତ କୁମାର ପାଣିଗ୍ରାହୀ ଖରିଫ କୃଷିନୀତି ନିର୍ଦ୍ଧାରଣ ନେଇ ସୂଚନା ଦେଇଥିଲେ। କୃଷି ପ୍ରଧାନ ବୌଦ୍ଧ ଜିଲାରେ ଖରିଫ ଫସଲ କିପରି ଅଧିକ ଉତ୍ପାଦନ ହୋଇପାରିବ, ଚାଷୀଙ୍କୁ ଠିକ ସମୟରେ ସାର, ବିହନ ଯୋଗାଣ, ଚାଷ ପରିଚାଳନା ସଚେତନତା, ସଠିକ ଜଳସେଚନ କରାଯିବା, ଖରିଫ ଫସଲ ବିକ୍ରୟ ନେଇ ଆଲୋଚନା କରାଯିବା ସହ ଲକ୍ଷ ଧାର୍ଯ୍ୟ କରାଯାଇଥିଲା।ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କୃଷି ବିଭାଗର ସମସ୍ତ ଅଧିକାରୀ, ARCS ହାଡିବନ୍ଧୁ ମହାକୁଡ଼, ଅନ୍ୟାନ୍ୟ ସମସ୍ତ ବିଭାଗର ଅଧିକାରୀ ଓ ଜିଲ୍ଳା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ ପ୍ରମୁଖ ଉପସ୍ଥିତ ଥିଲେ।
Comments are closed.