mission shakti banner

ବସ୍‌ରେ ନିଆଁ ଲାଗି ୨୦ ଦଗ୍ଧ

BSKY banner  750×100
0

ବ୍ୟାଙ୍କକ୍‌ : ଥାଇଲାଣ୍ଡର ଟକ୍‌ ପ୍ରଦେଶରେ ଶୁକ୍ରବାର ସକାଳେ ଏକ ବସ୍‌ରେ ନିଆଁ ଲାଗିବା ଫଳରେ ୨୦ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି। ଆହତ ପାଞ୍ଚଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମି୍ୟାମାରର ୪୭ ଜଣ ଦାଦନ ଶ୍ରମିକଙ୍କୁ ନେଇ ଉକ୍ତ ବସ୍‌ଟି ଥାଇଲାଣ୍ଡର ସୀମାନ୍ତବର୍ତ୍ତୀ ସହର ଟକ୍‌ରୁ ରାଜଧାନୀ ବ୍ୟାଙ୍କକ୍‌ ଅଭିମୁଖେ ଆସୁଥିବାବେଳେ ଏଥିରେ ନିଆଁ ଲାଗିଯାଇଥିଲା। ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ପ୍ରାୟ ଏକ ଘଣ୍ଟା ମଧ୍ୟରେ ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିନଥିବାବେଳେ ପୁଲିସ ତଦନ୍ତ ଜାରି ରଖିଛି।

Leave A Reply